ସ୍କୁଲର ରୋଷେଇ ଘରୁ ହଠାତ୍‌ ବାହାରିଲା ୨ଟି ନାଗ ସାପ, ଗୋଟିଏକୁ କାବୁ କରୁ କରୁ ବହାରିଲେ ୬୦ଟି ବିଷାକ୍ତ ନାଗ ସାପ

ହିଙ୍ଗୋଲି(ମହାରାଷ୍ଟ୍ର) : ମହାରାଷ୍ଟ୍ରରେ ଥିବା ଏକ ସ୍କୁଲର ରୋଷେଇ ଘରୁ ଉଦ୍ଧାର କରାଯାଇଛି ୬୦ଟି ବିଷାକ୍ତ ସାପ । ରୋଷେଇ ଚାଲୁଥିବା ବେଳେ ହଠାତ୍‌ ସାପ ବାହାରିବାକୁ ଲାଗିଥିଲେ । ଏ ନେଇ ସ୍କୁଲର ଛାତ୍ର-ଛାତ୍ରୀ ଏବଂ ସ୍କୁଲ କର୍ମଚାରୀମାନଙ୍କୁ ସୂଚନା ମିଳିବା ପରେ ସମସ୍ତଙ୍କର ହୋସ ଉଡ଼ି ଯାଇଥିଲା । ଏକା ସାଙ୍ଗରେ ଏତେ ସାପକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେବା ସହ ସାପକୁ କାବୁ କରିବା ପାଇଁ ସାପୁଆ କେଳାକୁ ଡ଼କା ଯାଇଥିଲା । ସାପୁଆ କେଳା ସ୍କୁଲରେ ପହଞ୍ଚି କିଛି ଘଣ୍ଟାର ପରିଶ୍ରମ ପରେ ସବୁ ସାପକୁ କାବୁ କରି ନେଇଥିଲେ ।

oneindia.com

ସୂଚନା ମୁତାବକ, ଏହି ଘଟଣାଟି ହିଙ୍ଗୋଲି ଜିଲ୍ଲାର ପାଙ୍ଗରା ବୋଖାରେ ଗ୍ରାମରେ ଥିବା ଜିଲ୍ଲା ପରିଷଦ ସ୍କୁଲରେ ଘଟିଥିଲା । ସ୍କୁଲ ପ୍ରଶାସନର କହିବା ଅନୁଯାୟୀ ପ୍ରଥମେ ସାପକୁ ସ୍କୁଲର ରୋଷେୟା ଦେଖିଥିଲେ । ଯେଉଁଠି ଖାଦ୍ୟ ତିଆରି କରିବା ପାଇଁ କାଠ ରଖାଯାଇଥିଲା ସେଠାରେ ହିଁ ସାପକୁ ଦେଖିଥିଲେ ସ୍କୁଲର ରୋଷେୟା । ରୋଷେଇ ପାଇଁ କାଠ କାଢ଼ିବା ପରେ ପ୍ରଥମେ ଦୁଇଟି ନାଗ ସାପ ବାହାରିଥିଲେ । କିଛି ସମୟ ଭିତରେ ଧିରେ ଧିରେ ୬୦ଟି ନାଗ ସାପ ଭିତରୁ ବାହାରିଥିଲେ । ଏ ନେଇ ସ୍କୁଲ ପାଖରେ ଥିବା ଗାଁର ଲୋକମାନେ ଧଡ଼ା ବାଡ଼ି ଧରି ସାପକୁ ମାରିବାକୁ ଆସିଥିଲେ । କିନ୍ତୁ ସ୍କୁଲ କର୍ତ୍ତୃପକ୍ଷ ସେମାନଙ୍କୁ ସାପଙ୍କୁ ମାରିବା ପାଇଁ ମନା କରିବା ସହ ସାପୁଆ କେଳାକୁ କାବୁ କରିବା ପାଇଁ ଡ଼ାକିଥିଲେ ।

ସମ୍ବନ୍ଧିତ ଖବର