ମହାରାଷ୍ଟ୍ରରେ ଅଚଳାବସ୍ଥା ଜାରି: ରାଜ୍ୟପାଳଙ୍କ ସହ ହେବାକୁ ଥିବା କଂଗ୍ରେସ-ଏନ୍‌ସିପି-ଶିବସେନାର ମିଳିତ ବୈଠକ ସ୍ଥଗିତ ରହିିଲା

ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରିଙ୍କ ସହ ଆଜି ଶିବସେନା, ଏନ୍‌ସିପି ଓ କଂଗ୍ରେସ କରିବାକୁ ଥିବା ବୈଠକ ସ୍ଥଗିତ ରହିଛି। ଶନିବାର ୪.୩୦ ସମୟରେ ଏହି ବୈଠକ ହେବ ବୋଲି ସ୍ଥିର ହୋଇଥିଲା। ରାଜଭବନରୁ ଏହି ତିନି ଦଳକୁ କୌଣସି ସୂଚନା ନ ମିଳିବା ପରେ ବୈଠକ ସ୍ଥଗିତ ରହିଥିବା ଜାଣିବାକୁ ମିଳିଛି।

ଯଦିଓ ମହାରାଷ୍ଟ୍ରରେ ଦେଖା ଦେଇଥିବା କୃଷି ସଂକଟ ବିଷୟରେ ଆଲୋଚନା କରିବାକୁ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟିଥାନ୍ତେ ତେବେ ସେଠାରେ ସରକାର ଗଠନ ସଂପର୍କରେ ବି ଆଲୋଚନା ହୋଇପାରେ ବୋଲି ଅନୁମାନ କରାଯାଉଥିଲା।

LatestLY

ଏନ୍‌ସିପି, ଶିବେସନା ଓ କଂଗ୍ରେସର ମେଣ୍ଟ ଦଳ ନିକଟ‌ରେ ୧୫୪ ଆସନ ଥିବା କାରଣରୁ ମହାରାଷ୍ଟ୍ରରେ ଏହି ମେଣ୍ଟ ସରକାର ଗଠନ କରିପାରେ ବୋଲି ଅନୁମାନ କରାଯାଇପାରେ। ଯଦିଓ ବର୍ତ୍ତମାନ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଚାଲିଛି ତେବେ ୩ ଦଳ ମିଶିବା ପରେ ମ୍ୟାଜିକ୍‌ ନମ୍ବର ପାଇବାରେ ସମର୍ଥ ହେଉଛନ୍ତି। ସେମାନେ ରାଜ୍ୟରେ ସରକାର ଗଠନ ପାଇଁ ଉଦ୍ୟମ କରିପାରନ୍ତି। ବିଜେପି ସର୍ବାଧିକ ୧୦୫ ଆସନ ଜିତିଛି। ତେବେ, ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ତାଙ୍କ ଦଳରୁ ହେବେ ବୋଲି ବିଜେପି ଦାବି କରିଛି।

ସମ୍ବନ୍ଧିତ ଖବର