ମନ୍ତ୍ରୀଙ୍କ ସାମ୍ନାରେ ବିଷ ପିଇଲେ ଈଶ୍ୱର, ବିଜୁଳି ସଂଯୋଗ ପାଇଁ କରିଥିଲେ ବାରମ୍ବାର ଗୁହାରି

ମୁମ୍ବାଇ: ମହାରାଷ୍ଟ୍ରର ଜଣେ କୃଷକ, ଶକ୍ତି ମନ୍ତ୍ରୀ ଚନ୍ଦ୍ରଶେଖର ବାବଙ୍କୁଲେଙ୍କ ସାମ୍ନାରେ ବିଷ ପିଇ ଆତ୍ମହତ୍ୟା କରିବାର ଉଦ୍ୟମ କରିଛନ୍ତି | ଏହି ଚାଷୀଙ୍କ ନାମ ହେଉଛି ଈଶ୍ୱର ଖାରଟେ | ଖାରଟେ ଙ୍କ ଦାଦା ୧୯୮୦ ମସିହାରେ ବିଜୁଳି ସଂଯୋଗ ପାଇଁ ଶକ୍ତି ବିଭାଗ ପାଖରେ ଆବେଦନ କରିଥିଲେ | କିନ୍ତୁ ସେବେଠାରୁ ଏହା ପ୍ରତି କିଏ ବି ଦୃଷ୍ଟି ଦେଇନଥିଲେ | ତେବେ ଈଶ୍ୱର ମଧ୍ୟ ଏହାକୁ ନେଇ ବାରମ୍ବାର ବିଦ୍ୟୁତ ବିଭାଗର ଅଫିସକୁ ଦୌଡ଼ିଥିଲେ |

ଶେଷରେ ଆଉ କିଛି ଉପାୟ ନ ପାଇଁ ଶକ୍ତି ମନ୍ତ୍ରୀଙ୍କ ଆଗରେ ବିଷ ପିଇ ଦେଇଥିଲେ | ମିଳିଥିବା ସୂଚନା ମୁତାବକ ମହାରାଷ୍ଟ୍ରର ବୁଲଢାନାରେ ଶନିବାର ଏକ କାର୍ଯ୍ୟକ୍ରମରେ ଭାଗ ନେବାକୁ ଶକ୍ତି ମନ୍ତ୍ରୀ ଯାଇଥିଲେ | ତାଙ୍କ ସାମନାରେ ଚାଷୀ ଜଣକ ବିଷ ପିଇ ଦେଇଥିଲେ | କୃଷକ ଜଣକ କହିଛନ୍ତି ଯେ ସେ ଜିଲ୍ଲା ପ୍ରଶାସନକୁ ବାରମ୍ବାର କହିଥିଲେ ଯେ ବିଜୁଳି ସଂଯୋଗ ନ ମିଳିଲେ ସେ ଆତ୍ମହତ୍ୟା କରିଦେବେ |

ତେବେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇନଥିଲା | ତେଣୁ ସେ ମନ୍ତ୍ରୀଙ୍କ ସାମ୍ନାରେ ବିଷ ପିଇ ଦେଇଥିଲେ | ବିଷ ପିଇବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ଏବେ ତାଙ୍କର ଚିକିତ୍ସା ଚାଲିଛି |

ସମ୍ବନ୍ଧିତ ଖବର