ବିଜେପି ନେତାଙ୍କ ବିବାଦୀୟ ବୟାନ : ଅନେକ ରାଜ୍‌ର ପର୍ଦ୍ଦାଫାସ ହୋଇଯିବା ଡ଼ରରେ ଚିଦମ୍ବରମ୍‌ଙ୍କୁ ଭେଟିଥିଲେ ସୋନିଆ ଗାନ୍ଧୀ ଓ ମନମୋହନ ସିଂହ

ନୂଆଦିଲ୍ଲୀ: ସୋମବାର ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ଅସ୍ଥାୟୀ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଜାତୀୟ ରାଜଧାନୀସ୍ଥିତ ତିହାର ଜେଲ୍‌କୁ ଯାଇ ଆଇଏନ୍‌ଏକ୍ସ୍‍ ମିଡିଆ ମାମଲାରେ ସମ୍ପୃକ୍ତିର ବିଚାରରେ ସମ୍ମୁଖୀନ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦମ୍ବରଙ୍କୁ ଭେଟିଥିଲେ।

Image result for p.chidambaram
Moneycontrol

ତେବେ ଦୁହିଁଙ୍କ ଭେଟିବା ଖବର ପାଇବା ପରେ ସେମାନଙ୍କୁ ନେଇ ବିବାଦୀୟ ବୟାନ ରଖିଛନ୍ତି ବିଜେପି ନେତା ସୁଧୀର ମୁନ୍‌ଗଣ୍ଟିବାର । ରାଜନୈତିକ ବାଧ୍ୟବାଧକତା ପାଇଁ ଦୁହେଁ ପି.ଚିଦମ୍ବରମ୍‌ଙ୍କୁ ଭେଟିଥିବା କହିଛନ୍ତି ସୁଧୀର ମୁନ୍‌ଗଣ୍ଟିବାର । ତାଙ୍କ କହିବା ଅନୁଯାୟୀ, କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ କରିଥିବା କଳା କାର୍‌ନାମାର ଚିଠା ସବୁ ପି.ଚିଦମ୍ବରଙ୍କୁ ଜଣା । ଯଦି ସେ ପାଟି ଖୋଲନ୍ତି, ତେବେ ଦୁହେଁ ଫସିବା ନିଶ୍ଚିତ । କେବଳ ଏହି ଡ଼ରରେ ଦୁହେଁ ତାଙ୍କୁ ଜେଲ୍‌କୁ ଭେଟିବାକୁ ଯାଇଥିଲେ ବୋଲି କହିଛନ୍ତି ବିଜେପି ନେତା ସୁଧୀର ମୁନ୍‌ଗଣ୍ଟିବାର । ତେବେ ତାଙ୍କର ଏଭଳି ବୟାନକୁ ନେଇ କଂଗ୍ରେସ କିଭଳି ପ୍ରତିକ୍ରିୟା ରଖୁଛି, ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧିତ ଖବର