ଧାରା ୩୭୦ଉଚ୍ଛେଦ ପରେ କଶ୍ମୀରରେ ରିସର୍ଟ ଓ ଲଦାଖରେ ଇନ୍‌ଷ୍ଟିଚ୍ୟୁଟ୍‌ ଖୋଲିବେ ମହାରାଷ୍ଟ୍ର ସରକାର

ମୁମ୍ବାଇ : ଜମ୍ମୁ-କଶ୍ମୀରର  ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ହଟାଇ ଦିଆଯିବା ପରେ ଏବେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରର ବିକାଶ ବିଷୟରେ ଚିନ୍ତା କରୁଛନ୍ତି । ବିଭିନ୍ନ କମ୍ପାନୀ ନିଜ ନିଜର ବ୍ୟାବସାୟିକ ଶାଖା ସେଠାରେ ଖୋଲିବାର ଘୋଷଣା କରୁଥିବା ବେଳେ ମେଟ୍ରୋ ଟ୍ରେନର ସୁବିଧା ମଧ୍ୟ କରାଯାଉଛି । ତେବେ ମହାରାଷ୍ଟ୍ର ସରକାର ମଧ୍ୟ ଜମ୍ମୁ-କଶ୍ମୀରର ବିକାଶ ପାଇଁ ରିସର୍ଟ ଖୋଲିବେ ବୋଲି ଘୋଷଣା କରିଛନ୍ତି । ଶ୍ରୀନଗରରେ ଏକ ରିସର୍ଟ ଓ ଲଦାଖରେ ଏକ ଇନ୍‌ଷ୍ଟିଚ୍ୟୁଟ୍‌ ଖୋଲାଯିବ ବୋଲି ମହାରାଷ୍ଟ୍ର ସରକାର ଘୋଷଣା କରିଛନ୍ତି ।

ମହାରାଷ୍ଟ୍ରର ପର୍ଯ୍ୟଟନ ମନ୍ତ୍ରୀ ଜୟକୁମାର ରାଓଲଙ୍କ କହିବା ଅନୁଯାୟୀ, ଆମେ ଶ୍ରୀନଗରରେ ଏକ ରିସର୍ଟ ଖୋଲିବା ଓ ଲଦାଖରେ ଏକ ପର୍ବତାରୋହଣ ଇନ୍‌ଷ୍ଟିଚ୍ୟୁଟ୍‌ ଖୋଲିବାର ଯୋଜନା କରୁଛୁ । ଆଗାମୀ ୧୫-୨୦ଦିନ ମଧ୍ୟରେ ଗୋଟେ ଟିମ୍‌ ସେଠାକୁ ଯାଇ ଉପଯୁକ୍ତ ଜାଗା ଖୋଜିବେ । ଜାଗା ମିଳିବା ପରେ ତୁରନ୍ତ କାମ ଆରମ୍ଭ ହେବ ବୋଲି କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜୟକୁମାର ରାଓଲ ।

ସମ୍ବନ୍ଧିତ ଖବର