ଜେଲ ପରିବର୍ତ୍ତେ ମାଲ୍ୟାଙ୍କୁ ଗେଷ୍ଟ ହାଉସ୍‌ରେ ରଖିବା ପାଇଁ ମହାରାଷ୍ଟ୍ର ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଛି

ମୁମ୍ବାଇ: ମହାରାଷ୍ଟ୍ର ସରକାର ଫେରାର ଘୋଷିତ ହୋଇଥିବା ମଦ ସମ୍ରାଟ ବିଜୟ ମାଲ୍ୟାଙ୍କୁ ଯଦି ଭାରତ ଫେରନ୍ତି ତେବେ ଜେଲ ପରିବର୍ତ୍ତେ ଗେଷ୍ଟ ହାଉସ୍‌ରେ ରଖିବା ପାଇଁ କେନ୍ଦ୍ରକୁ କହିଛନ୍ତି। ଲଣ୍ଡନରେ ମାଲ୍ୟାଙ୍କ ଓକିଲ ଭାରତରେ ଥିବା ଜେଲର ସ୍ଥିତି ସମ୍ପର୍କରେ ବଖାଣିଥିଲେ।

ଏକ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଦେଶରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ଅଧିକାର ଅଛି କି ସେ ମାଲ୍ୟାଙ୍କୁ କେଉଁ ଜେଲରେ ରଖିବେ ସେ ନେଇ ନିଷ୍ପତ୍ତି ନେବେ। ସରକାର ମୁମ୍ବାଇର ଅର୍ଥର ରୋଡ ଜେଲରେ ମାଲ୍ୟଙ୍କୁ ରଖିବା ପାଇଁ ସ୍ଥାନ ଚିହ୍ନଟ କରି ୧୨ନମ୍ବର ବ୍ୟାରାକ୍‌ରେ ରଖିବା ପାଇଁ ଫଟୋ ପଠାଯାଛି। ଏହା ଲଣ୍ଡନ ଜେଲରେ ଥିବା ଶୀତତାପ ନିୟନ୍ତ୍ରିତ ସୁବିଧା ସହ ସମକକ୍ଷ ।

ସିବିଆଇ ସୂଚନା ଦେଇ କହିଛି, ମାଲ୍ୟାଙ୍କୁ ବେଙ୍ଗାଲୁରୁ କିମ୍ବା ଦିଲ୍ଲୀ ଜେଲରେ ବି ରଖାଯାଇପାରେ ! ବ୍ରିଟେନ୍‌ ଅଦାଲତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପ୍ରତ୍ୟର୍ପଣର ଅନୁରୋଧ ପାଇଁ ଯୁକ୍ତି କରିଥିଲେ। ଭାରତର ଥିବା ଜେଲର ଖାରାପ ପରିସ୍ଥିତି ଓ ଚକିତ୍ସାରେ ଅସୁବିଧା ଦର୍ଶାଇ ମାଲ୍ୟାଙ୍କୁ ଅତ୍ୟାଧୁନିକ ଚିକିତ୍ସା ସହିତ ଲଣ୍ଡନରେ ରହିବାକୁ ଆବେଦନ କରିଛନ୍ତି।

ସମ୍ବନ୍ଧିତ ଖବର