ସ୍କୁଲରେ ପଢ଼ା ଚାଲୁଥିବା ସମୟରେ ହଠାତ୍‌ ଛାତ୍ରୀଙ୍କ ମୁଣ୍ଡରେ ଖସି ପଡ଼ିଲା ଛାତର ପ୍ଲାଷ୍ଟର,ଭିଡିଓରେ ଦେଖନ୍ତୁ ସେ ସମୟର ଦୃଶ୍ୟ

ମୁମ୍ବାଇ : ମହାରାଷ୍ଟ୍ରର ଉଲ୍ଲାଶନଗରରୁ ଏକ ଆଶ୍ଚର୍ଯ୍ୟ କଲା ଭଳି ଭିଡିଓ ସାମ୍ନାକୁ ଆସିଛି । ଏଠାରେ ଥିବା ଝୁଲେଲାଲ ସ୍କୁଲରେ ହଠାତ୍‌ ଛାତର ପ୍ଲାଷ୍ଟର ଖସିଯିବାରୁ ୩ଜଣ ଛାତ୍ରୀ ଆହତ ହୋଇଛନ୍ତି । ସେ ସମୟର ଏକ ଲୋମ ଟାଙ୍କୁରୀ ଦେବା ଭଳି ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ କିଭଳି ଭାବରେ ପ୍ଲାଷ୍ଟରଟି ହଠାତ୍‌ ଛାତ୍ରୀଙ୍କ ମୁଣ୍ଡରେ ପଡ଼ୁଛି, ତାହା ଦେଖିବାକୁ ମିଳିଛି ।

ଭାଇରାଲ ହୋଇଥିବା ଭିଡିଓରେ ଛାତ୍ରୀମାନେ ବସି ପାଠ ପଢ଼ୁଥିବା ବେଳେ ଜଣେ ଶିକ୍ଷୟତ୍ରୀ ବହି ଧରି ପଢ଼ାଉଛନ୍ତି । ଏହି ସମୟରେ ହଠାତ ଉପରୁ ଛାତର ଫ୍ଲାଷ୍ଟର ଖସି ଜଣେ ଛାତ୍ରୀଙ୍କ ମୁଣ୍ଡ ଉପରେ ପଡ଼ୁଛି । ଏଭଳି ଦୃଶ୍ୟ ଦେଖି ଶିକ୍ଷୟତ୍ରୀଜଣଙ୍କ ଆଗକୁ ଯାଇ ଆହତ ଛାତ୍ରୀଙ୍କୁ ବାହାରକୁ ଆଣିବା ସହ ଅନ୍ୟ ଛାତ୍ରୀମାନେ ଭୟଭୀତ ହୋଇ ବାହାରକୁ ଚାଲି ଆସୁଥିବା ଦେଖା ଯାଇଛି । ତେବେ ପ୍ଲାଷ୍ଟର ପଡ଼ିଥିବା ଛାତ୍ରୀଙ୍କ ଅବସ୍ତା ଗୁରୁତର ଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର