୩୫ଫୁଟ୍‌ ଉଚ୍ଚ ବ୍ରିଜ୍‌ ତଳକୁ ଡେଇଁ ଆହତ ହୋଇଥିବା ମହାବଳ ବାଘର ମୃତ୍ୟୁ

ଚନ୍ଦ୍ରାପୁର : ମହାରାଷ୍ଟ୍ରର ଚନ୍ଦ୍ରାପୁର ଜିଲ୍ଲାରେ ପଥର ମଧ୍ୟରେ ଫସି ଆହତ ହୋଇଥିବା ବାଘର ମୃତ୍ୟୁ ଘଟିଛି । ଏ ନେଇ ଗୁରୁବାର ବନ ବିଭାଗ କର୍ମଚାରୀ ସୂଚନା ଦେଇଛନ୍ତି । ବୁଧବାର ବାଘଟି ବ୍ରିଜ୍‌ରୁ ୩୫ଫୁଟ ତଳକୁ ଡ଼େଇଁବା ପରେ ନଦୀରେ ଥିବା ପଥର ମଧ୍ୟରେ ଫସି ଯାଇଥିଲା । ଯାହାଦ୍ୱାରା ତା’ର ମେରୁଦଣ୍ଡରେ ଗଭୀର ଆଘାତ ଲାଗିଥିଲା । ବୁଧବାର ଲୋକେ ବାଘକୁ ନଦୀର ଦୁଇ ବଡ଼ ବଡ଼ ପଥର ମଧ୍ୟରେ ଫସି ରହିଥିବାର ଦେଖିଥିଲେ । ପରେ ବନ ବିଭାଗ କର୍ମଚାରୀକୁ ଏ ନେଇ ଖବର ଦିଆଯିବା ପରେ ବାଘକୁ ଉଦ୍ଧାର କରିବା ପାଇଁ ଯନ୍ତା ରଖାଯାଇଥିଲା । କିନ୍ତୁ ଗଭୀର ଆଘାତ ପାଇଁ ବାଘଟି ଯନ୍ତା ଭିତରକୁ ପଶି ପାରି ନଥିଲା ।

ବନ ବିଭାଗ କର୍ମଚାରୀ ବାଘକୁ ଟାଣି ଭିତରକୁ ପଶାଇବାକୁ ଚେଷ୍ଟା କରୁଥିବା ବେଳେ ବାଘର ଦାନ୍ତ ଭାଙ୍ଗି ଯାଇଥିଲେ ମଧ୍ୟ ସେ ଭିତରକୁ ଆସି ନ ଥିଲା । ବୁଧବାର ଦିନ ଆହତ ହୋଇ ପଡ଼ି ରହିବା ସହ ଗୁରୁବାର ସକାଳେ ବାଘର ମୃତ୍ୟୁ ହୋଇଥିଲା ବୋଲି ବନ ବିଭାଗ କର୍ମଚାରୀ କହିଛନ୍ତି ।

timesofindia.indiatimes.com

ସୂଚନା ମୁତାବକ, ବୁଧବାର ନଦୀକୁ ଡ଼େଇଁବା ପୂର୍ବରୁ ଏକ ଜଙ୍ଗଲି ପଶୁର ହତ୍ୟା କରିଥିଲା ବାଘ । ଏହା ପରେ ବ୍ରିଜ୍‌ ଉପରକୁ ଯାଇ କିଛି ସମୟ ବିଶ୍ରାମ କରିବା ପରେ ସେ ତଳକୁ ଡ଼େଇଁ ଥିଲା ।

ସମ୍ବନ୍ଧିତ ଖବର