ପ୍ରକାଶ ପାଇଲା ଜେଇଇ ଆଡ୍‌ଭାନ୍‌ସ୍‌ଡ୍‌ ପରୀକ୍ଷା ଫଳ; ମହାରାଷ୍ଟ୍ରର କାର୍ତ୍ତିକେୟ ଗୁପ୍ତା ଟପ୍ଟର୍‌

ନୂଆଦିଲ୍ଲୀ: ଶୁକ୍ରବାର ଦିନ ପ୍ରକାଶିତ ଜେଇଇ ଆଡ୍‌ଭାନ୍‌ସ୍‌ଡ୍‌ ଏକ୍‌ଜାମିନେସନ୍‌ ୨୦୧୯ର ପରୀକ୍ଷା ଫଳ ପ୍ରକାଶ ପାଇଛି। ମହାରାଷ୍ଟ୍ର ଅନ୍ତର୍ଗତ ବଲ୍ଲାରପୁରର କାର୍ତ୍ତିକେୟ ଗୁପ୍ତା ୩୭୨ ମାର୍କରୁ ୩୪୬ ସ୍କୋର୍‌ କରି ଏଥିରେ ଟପ୍ପର୍‌ ହୋଇଛନ୍ତି। ଏଥର କାର୍ତ୍ତିକେୟ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୯୩. ୭% ପାସ୍‌ କରିଥିଲେ।

ଏହି ସମ୍ମାନଜନକ ପରୀକ୍ଷାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ଆହ୍ଲାବାଦର ହିମାଂଶୁ ସିଂହ ଏବଂ ତୃତୀୟ ସ୍ଥାନରେ ଅଛନ୍ତି ନୂଆଦିଲ୍ଲୀର ଅର୍ଚିତ ବୁବ୍‌ନା।
ଗତ ମେ ୨୭ ତାରିଖରେ ଅନୁଷ୍ଠିତ ହୋଇଥିବା ଜେଇଇ ଆଡ୍‌ଭାନ୍‌ସ୍‌ଡ୍‌ ୨୦୧୯ ପରୀକ୍ଷା ଫଳ ଶୁକ୍ରବାର ୧୦ଟା ବେଳେ ଆଇଆଇଟି ରୁର୍‌କି ପ୍ରକାଶ କରିଥିଲା।

Image Source: FirstPost

ସମ୍ମାନଜନକ ଆଇଟିମାନଙ୍କରେ ନାମ ଲେଖାଇବାକୁ ଚାହୁଁଥିବା ଆଗ୍ରହୀ ପରୀକ୍ଷାର୍ଥୀମାନେ jeeadv.ac.in ରେ ଫଳାଫଳ ଚେକ୍‌ କରି ପାରିବେ।

ଜୁନ୍‌ ୧୯ରୁ ଜୁଲାଇ ୧୭ ମଧ୍ୟରେ ଅନ୍‌ଲାଇନ୍‌ ଯୋଗେ ସିଟ୍‌ ଆଲଟ୍‌ମେଣ୍ଟ୍‌ ରାଉଣ୍ଡ୍‌ ହେବ ବୋଲି ସ୍ଥିର କରାଯାଇଛି। ଆଲୋକେସନ୍‌ ସମୟରେ ସିଟ୍‌ ମିଳିବା ଉପରେ ଆଡ୍‌ମିସନ୍‌ ନିର୍ଭର କରୁଛି।

ସମ୍ବନ୍ଧିତ ଖବର