ସମସ୍ତଙ୍କ ଆଗରେ ରାହୁଲ ଗାନ୍ଧୀଙ୍କ ପ୍ରତି ଥିବା ଭଲ ପାଇବାକୁ ସ୍ୱୀକାର କଲେ ଅଭିନେତ୍ରୀ, ଜଣାଇଲେ ପସନ୍ଦ କରିବାର କାରଣ

ମୁମ୍ବାଇ : ନିଜର ବିବାଦୀୟ ବୟାନ ପାଇଁ ସବୁ ବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ମାହିକା ଶର୍ମା ଏବେ ନିଜର ପ୍ରେମ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସେ କେତେ ପସନ୍ଦ କରନ୍ତି ଏବଂ କ’ଣ ପାଇଁ କରନ୍ତି, ସେ ବିଷୟରେ ଇନ୍‌ଷ୍ଟାରେ ଲେଖି ପୋଷ୍ଟ କରିବା ପରେ ଏବେ ତାଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି ।

ରାହୁଲ ଗାନ୍ଧୀଙ୍କ ଏକ ଫଟୋ ପୋଷ୍ଟ କରି, ମୁଁ ରାହୁଲଙ୍କୁ ଏଥି ପାଇଁ ବହୁତ ଭଲ ପାଏ, କାରଣ ସେ ଲୋକମାନଙ୍କ ମୁହଁରେ ସବୁବେଳେ ହସ ଆଣିଥାନ୍ତି । ଗୋଟେ ରାଜା ପାଖରେ ଏଭଳି ଗୁଣ ରହିବା ନିହାତି ଦରକାର । ଯିଏ ନିଜ ପ୍ରଜାକୁ ଖୁସି କରି ପାରୁଥିବ । ପ୍ରତ୍ୟେକ ଲୋକଙ୍କ ମୁହଁରେ ହସ, ଗୋଟେ ରାଜାର ଦାୟିତ୍ୱ ବୋଲି ଲେଖିଥିଲେ ମାହିକା । ଏହା ସହ ଆଉ ଏକ ପୋଷ୍ଟ କରି ରାହୁଲ ଗାନ୍ଧୀ ୨୦୧୯ର ଲୋକସଭା ଜିତନ୍ତୁ, ସେଥିପାଇଁ ମାହିକା ଚୈତ୍ର ନବରାତ୍ରୀ କରିଥିବା କଥା ଲେଖିଥିଲେ । ତେବେ ତାଙ୍କର ଏଭଳି ପୋଷ୍ଟରୁ ସେ ରାହୁଲଙ୍କୁ କେତେ ଭଲ ପାଆନ୍ତି, ତାହା ସ୍ପଷ୍ଟ ହୋଇ ଯାଇଛି ।

ସମ୍ବନ୍ଧିତ ଖବର