ମହିମା ମିଶ୍ରଙ୍କ ରିଭ୍ୟୁ ପିଟିସନ୍‌ ଖାରଜ

ନୂଆଦିଲ୍ଲୀ : ମହିମା ମିଶ୍ରଙ୍କୁ ଆଜି ସୁପ୍ରିମକୋର୍ଟରୁ କୌଣସି ପ୍ରକାର ଆଶ୍ବସ୍ତି ମିଳିନି। ମହେନ୍ଦ୍ର ସ୍ବାଇଁ ହତ୍ୟା ମାମଲାରେ ମହିମା ମିଶ୍ରଙ୍କ ରିଭ୍ୟୁ ପିଟିସନ୍‌ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ମହିମାଙ୍କୁ ହାଇକୋର୍ଟ ଦେଇଥିବା ଜାମିନ୍‌କୁ ଗତ ସେପ୍ଟେମ୍ବର ମାସ‌େର ସୁପ୍ରିମକୋର୍ଟ ଖାରଜ କରିଦେବାପରେ ମହିମାଙ୍କ ଦ୍ବାରା ଏହାର ପୁନର୍ବିଚାର ପାଇଁ ସୁପ୍ରିମ‌କୋର୍ଟରେ ରିଭ୍ୟୁ ପିଟିସନ୍‌ ଦାଖଲ ହୋଇଥିଲା। ସୁପ୍ରିମକୋର୍ଟର ବିଚାରପତି ଏଲ୍‌ ନାଗେଶ୍ବର ରାଓ ଓ ବିଚାରପତି ମୋହନ ଏମ୍‌ ସନ୍ଥା ନାଗୌଦରଙ୍କ ଖଣ୍ଡପୀଠ ଆଜି ଏହି ରିଭ୍ୟୁ ପିଟିସନ୍‌କୁ ଖାରଜ କରିଦେଇଛନ୍ତି।

ଉ‌େଲ୍ଲଖଯୋଗ୍ୟ ମହେନ୍ଦ୍ର ସ୍ବାଇଁ ହତ୍ୟା ମାମଲାରେ ମହିମା ମିଶ୍ରଙ୍କୁ ଓଡ଼ିଶା ହାଇ‌େକାର୍ଟ ୨୦୧୭ ମେ’ ୧୬ରେ ଜାମିନ ମଂଜୁର କରିଥିଲେ। ମହିମାନନ୍ଦଙ୍କ ଜାମିନକୁ ବିରୋଧ କରି ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେପ୍ଟେମ୍ବର ୧୮ରେ ସୁପ୍ରିମକୋର୍ଟ ମହିମାଙ୍କ ଜାମିନ ଖାରଜ କରିବା ସହ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ‌େନବାପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥି‌େଲ।

ସମ୍ବନ୍ଧିତ ଖବର