ସୁଞ୍ଜଓ୍ଵାନ୍‌ ଆକ୍ରମଣ: ୪ଦିନ ପରେ ଚେତା ଫେରିପାଇଲେ ମେଜର ଅଭିଜିତ, ପ୍ରଥମେ ପଚାରିଲେ-ଆତଙ୍କବାଦୀଙ୍କର କ’ଣ ହେଲା?

ଜମ୍ମୁର ସୁଞ୍ଜଓ୍ଵାନ୍‌ ସେନା ଶିବିର ଉପରକୁ ଶନିବାର ହୋଇଥିଲା ଆତଙ୍କୀ ଆକ୍ରମଣ

ନୂଆଦିଲ୍ଲୀ: ଜମ୍ମୁର ସୁଞ୍ଜଓ୍ଵାନ୍‌ ସେନା ଶିବିର ଉପରେ ଗତ ଶନିବାର ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିବା ମେଜର ଅଭିଜୀତଙ୍କ ମଙ୍ଗଳବାର ଚେତା ଫେରିଛି। ଚେତା ଫେରିବା ପରେ ଅଭିଜିତ ପ୍ରଥମେ ଆତଙ୍କବାଦୀମାନଙ୍କ ଅବସ୍ଥା ନେଇ ପଚାରିଛନ୍ତି। ମେଜର କହିଛନ୍ତି, ମତେ ସେଠାକୁ ନେଇ ଯାଆନ୍ତୁ। ସୂଚନାଯୋଗ୍ୟ ଗତ ଫେବ୍ରୁଆରି ୧୦ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ସେନାର ୫ ଜଣ ଯବାନ ସହିଦ ହୋଇଥିବା ବେଳେ ଜଣେ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ସେନା ୩ଜଣ ଆତଙ୍କବାଦୀଙ୍କୁ ନିହତ କରିଥିଲା।

ସହିଦ ହୋଇଥିବା ୫ ଜଣ ସେନା ଓ ସାଧାରଣ ନାଗରିକ

-ସୁବେଦାର ମଦନଲାଲ ଚୌଧୁରୀ
-ସୁବେଦାର ମହମ୍ମଦ ଅସରଫ ମୀର
-ହାବିଲଦାର ହବିବୁଲ୍ଲା କ୍ୟୁରେସି
-ନାୟକ ମଞ୍ଜୁର ଅହମଦ

-ଲାନ୍ସ ନାୟକ ମହମ୍ମଦ ଇକବାଲ୍‌
-ଲାନ୍ସ ନାୟକ ମହମ୍ମଦ ଇକବାଲ୍‌ଙ୍କ ପିତା(ସାଧାରଣ ନାଗରିକ)

ଆତଙ୍କବାଦୀ ଆକ୍ରମଣରେ ମେଜର ଅଭିଜିତ ଆହତ ହୋଇଥିଲେ। ତାଙ୍କର ମଙ୍ଗଳବାର ଚେତା ଫେରିଛି। ଉଦ୍ଦାମପୁର କମାଣ୍ଡ ହସ୍ପିଟାଲର ମେଜର ଜେନେରାଲ ନଦୀପ ନୈଥାନି କହିଛନ୍ତି, ମେଜର ଆତଙ୍କବାଦୀଙ୍କ ଚେତା ଫେରିଛି। ସର୍ଜରୀର କିଛି ସମୟ ପରେ ଅଭିଜିତ ପଚାରିଛନ୍ତି, ଆତଙ୍କବାଦୀଙ୍କ କ’ଣ ହେଲା। ସେ ସେଠାକୁ ଯିବାକୁ ପ୍ରସ୍ତୁତ ଥିଲେ। ଅଭିଜିତ କହିଛନ୍ତି, ମୁଁ ବହୁତ ଭଲ ଅଛି। ମୁଁ ଡାକ୍ତରଙ୍କ ସହିତ କଥା ହେଉଛି। ମୁଁ ବସୁଛି ଓ ଦିନକୁ ୨ଥର ଚାଲି ପାରିବି। ମତେ ଜଣା ନାହିଁ ଯେ, ବିଗତ ୨/୩ ଦିନରେ କ’ଣ ଘଟିଛି।

ସୁଞ୍ଜଓ୍ଵାନ୍‌ ଆକ୍ରମଣ ନେଇ ପ୍ରତିରକ୍ଷା ମନ୍ତ୍ରୀ ନିର୍ବଳା ସୀତାରମଣ ସୋମବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଆକ୍ରମଣ ପଛରେ ମାଷ୍ଟରମାଇଣ୍ଡ ଜୈଶ-ଏ-ମହମ୍ମଦର ମୁଖ୍ୟ ଆଜହାର ମସୁଦଙ୍କ ହାତ ରହିଛି। ସେ କହିଛନ୍ତି, ଆତଙ୍କବାଦୀମାନଙ୍କୁ ସେ ସୀମାରେ ଥାଇ ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲା। ପ୍ରମାଣ ପତ୍ର ଏକାଠି କରାଯାଉଛି। କିନ୍ତୁ ପାକିସ୍ତାନକୁ ପ୍ରମାଣ ଦେବାକୁ ଏକ ନିୟମିତ ଚାଲିବା ପ୍ରକ୍ରିୟା ଚାଲିଛି। ସବୁବେଳେ ପ୍ରମାଣିତ ହେଉଛି ଯେ, ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଦାୟୀ ରହୁଛି।

 

ସମ୍ବନ୍ଧିତ ଖବର