ନରେଲା ଅଞ୍ଚଳ ପ୍ଲାଷ୍ଟିକ୍‌ କାରଖାନାରେ ଭୀଷଣ ଅଗ୍ନିକାଣ୍ଡ; ନିଆଁ ଲିଭାଉଛନ୍ତି ୨୨ ଦମକଳ

ନୂଆଦିଲ୍ଲୀ: ରବିବାର ପାହାନ୍ତି ପହର ପୂର୍ବରୁ ନୂଆଦିଲ୍ଲୀ ଅନ୍ତର୍ଗତ ନରେଲା ଶିଳ୍ପାଞ୍ଚଳରେ ଗୋଟିଏ ପ୍ଲାଷ୍ଟିକ୍‌ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।

ଭୟାନକ ଅଗ୍ନିଶିଖାଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ଘଟଣାସ୍ଥଳକୁ ଅନ୍ୟୂନ ୨୨ଟି ଦମକଳ ଯାଇଛନ୍ତି। କ’ଣ ପାଇଁ ନିଆଁ ଲାଗିଲା ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

ଗତ ମାର୍ଚ ମାସରେ କେନ୍ଦ୍ରୀୟ ଦିଲ୍ଲୀର କେତେକ ସରକାରୀ କାର୍ଯ୍ୟାଳୟ ଥିବା ସିଜିଓ କମ୍ପ୍ଲେକ୍ସ୍‍ରେ ମଧ୍ୟ ନିଆଁ ଲାଗିଥିଲା। ସେଥିରେ ଜଣେ ସିଆର୍‌ପିଏଫ୍‌ କର୍ମଚାରୀ ମୃତ୍ୟୁ ବରଣ କରିଥିଲେ।

ସମ୍ବନ୍ଧିତ ଖବର