ଲୋକସଭା ନିର୍ବାଚନ ଲଢ଼ିବେ ମାଲେଗାଓ ବିସ୍ଫୋରଣ ଅଭିଯୁକ୍ତ ମେଜର ରମେଶ ଉପାଧ୍ୟାୟ

କୋଲକାତା: ବର୍ଷ ୨୦୦୮ ମହାରାଷ୍ଟର ମାଲେଗାଓ ବୋମା ବିସ୍ଫୋରଣ ଘଟଣାର ଅଭିଯୁକ୍ତ ଅବସରପ୍ରାପ୍ତ ମେଜର ରମେଶ ଉପାଧ୍ୟାୟ ୨୦୧୯ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ। କୁହାଯାଉଛି ଯେ, ମେଜର ରମେଶ ଉପାଧ୍ୟାୟ ପଶ୍ଚିମବଙ୍ଗର ଜାଦବପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ି ପାରନ୍ତି। ଅବସରପ୍ରାପ୍ତ ମେଜର ରମେଶ ଉପାଧ୍ୟାୟ ବର୍ତ୍ତମାନ କୋର୍ଟରୁ ଜାମିନ ପାଇ ବାହାରେ ଅଛନ୍ତି। ଗତ ବର୍ଷ ବମ୍ବେ ହାଇକୋର୍ଟ ରମେଶ ଉପାଧ୍ୟାୟଙ୍କୁ ସମାନତା ଅଧିକାର ବଳରେ ଜାମିନ ଦେଇଥିଲେ।

ସୂଚନାଯୋଗ୍ୟ ରମେଶ ଉପାଧ୍ୟାୟ ଗତବର୍ଷ ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନରରେ ଲଢ଼ିବା ପାଇଁ ଅନୁମତି ମାଗିଥିଲେ। ଏହାକୁ ମକୋକା କୋର୍ଟ ସ୍ୱୀକାର କରିଥିଲେ। ରମେଶ ଉପାଧ୍ୟାୟ ବୋରିୟା ଅଥବା ମେରଠ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଥିଲା। ଏହାର କାରଣ ଥିଲା ଯେ, ରମେଶ ହେଉଛନ୍ତି ଉତ୍ତର ପ୍ରଦେଶର ବଲିଆ ନିବାସୀ। ଏଥି ପାଇଁ ସେ ବୋରିୟାରୁ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ। ରମେଶ ୨୦୧୨ ବିଧାନସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନରେ ଲଢ଼ିଥିଲେ କିନ୍ତୁ ତାଙ୍କୁ ହାରିବାକୁ ପଡ଼ିଥିଲା।

ଏହା ପରେ ୨୦୧୭ରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଅବସରପ୍ରାପ୍ତ ମେଜର ଓ ମାଲେଗାଓ ବୋମା ବିସ୍ଫୋରଣର ଅନ୍ୟତମ ଅଭିଯୁକ୍ତ ରମେଶ ଉପାଧ୍ୟାୟ ଅଖିଳ ଭାରତୀୟ ହିନ୍ଦୁ ମହାସଭା ଟିକେଟରେ ଉତ୍ତର ପ୍ରଦେଶର ବୋରିୟାରୁ ନିର୍ବାଚନ ଲଢ଼ିବାକୁ ନେଇ ଚର୍ଚ୍ଚା ହେଉଥିଲା କିନ୍ତୁ ସେ ନିର୍ବାଚନକୁ ଆସି ନ ଥିଲେ।

ବର୍ଷ ୨୦୦୮ ସେପ୍ଟେମ୍ବର ୨୯େରେ ମାଲେଗାଓ ବିସ୍ଫୋରଣରେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା। ବିସ୍ଫୋରଣ ଘଟଣାରେ ଶତାଧିକ ଆହତ ହୋଇଥିଲେ। ଏହି ଘଟଣାରେ ମେଜର ରମେଶ ଉପାଧ୍ୟାୟ, କର୍ଣ୍ଣେଲ ପୁରୋହିତ, ସାଧବୀ ପ୍ରଜ୍ଞା ସମେତ ୯ ଜଣଙ୍କୁ ଅଭିଯୁକ୍ତ କୁହାଯାଇଥିଲା। ହିନ୍ଦୁ ମହାସଭା ରମେଶ ଉପାଧ୍ୟାୟଙ୍କୁ ପଶ୍ଚିମବଙ୍ଗରୁ ଲୋକସଭା ଟିକେଟ ଦେବାକୁ ଘୋଷଣା କରିଛି।

ସମ୍ବନ୍ଧିତ ଖବର