କେନ୍ଦ୍ର ସରକାରଙ୍କ ସଚିବ ସ୍ତରରେ ବଡ଼ ଧରଣର ଅଦଳବଦଳ, ଅତନୁ ଚକ୍ରବର୍ତ୍ତି ନୂଆ ଅର୍ଥନୈତିକ ବ୍ୟାପାର ସଚିବ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି ସଚିବ ସ୍ତରରେ ଏକ ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି । ଅତନୁ ଚକ୍ରବର୍ତ୍ତି ନୂଆ ଅର୍ଥନୈତିକ ବ୍ୟାପାର ସଚିବ ନିଯୁକ୍ତ ହୋଇଛନ୍ତି । ସେହିପରି ବର୍ତ୍ତମାନର ରାଜସ୍ୱ ଓ ଅର୍ଥ ସଚିବ ସୁଭାଷ ଗର୍ଗଙ୍କୁ ଶକ୍ତି ମନ୍ତ୍ରାଳୟର ସଚିବ ନିଯୁକ୍ତ କରାଯାଇଛି । ଅଜୟ କୁମାର ଭଲ୍ଲା ଦେଶର ନୂଆ ରାଜସ୍ୱ ଓ ଅର୍ଥ ସଚିବ ହେବେ । ଅନ୍ୟପକ୍ଷରେ ଗୃହମନ୍ତ୍ରାଳୟ ଅଧିନରେ ଆସୁଥିବା ସରକାରୀ ଭାଷା ବିଭାଗର ସଚିବ ନିଯୁକ୍ତ ହୋଇଛନ୍ତି । ଅଂଶୁ ପ୍ରକାଶ ଟେଲକମ ମନ୍ତ୍ରାଳୟର ସଚିବ ନିଯୁକ୍ତ ହୋଇଛନ୍ତି ।

ସମ୍ବନ୍ଧିତ ଖବର