ଦିଲ୍ଲୀରେ ମେଜରଙ୍କ ପତ୍ନୀଙ୍କୁ ଗଳାକାଟି ହତ୍ୟା

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ଅଂଚଳରେ ଆଜି ଜଣେ ମେଜର୍‌ଙ୍କ ପତ୍ନୀଙ୍କୁ ଗଳା କାଟି ହତ୍ୟା କରାଯାଇଛି । ମହିଳାଙ୍କ ଲହୁଲୁହାଣ ଶବ କ୍ୟାଣ୍ଟନମେଣ୍ଟ ଅଂଚଳରୁ ଉଦ୍ଧାର ହେବା ପରେ ଚାଞ୍ଚଲ୍ୟ ଖେଳିଯାଇଛି । କଡ଼ା ସୁରକ୍ଷା ବଳୟରେ ରହିଥିବା ଅଂଚଳରେ ଏଭଳି ହତ୍ୟାକାଣ୍ଡ ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ମୃତ ମହିଳାଙ୍କ ନାମ ଶୈଲଜା ଏବଂ ତାଙ୍କ ସ୍ୱାମୀ ସେନାରେ ମେଜର୍‌ ପଦବିରେ ରହିଥିବା ଜଣାପଡ଼ିଛି। ଶୈଲଜା ଆଜି ପୂର୍ବାହ୍ନ ୧୦ଟା ବେଳେ ଆର୍ମି ହସ୍ପିଟାଲକୁ ଫିଜିଓଥେରାପି ପାଇଁ ଆସିଥିଲେ। ଏହାପରେ ଅପରାହ୍ନ ସାଢ଼େ ଗୋଟାଏ ବେଳେ କ୍ୟାଣ୍ଟନମେଣ୍ଟ ମେଟ୍ରୋ ଷ୍ଟେସନ ନିକଟରୁ ତାଙ୍କର ଶବ ମିଳିଥିଲା। ଗଳାକାଟି ହତ୍ୟାପରେ ତାଙ୍କ ଉପରେ କାର୍‌ ଚଢ଼ାଇ ଦିଆଯାଇଥିବା ମଧ୍ୟ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅପରାଧୀଙ୍କୁ ଠାବ କରିବା ପାଇଁ ପୁଲିସର ୨ଟି ସ୍ୱତନ୍ତ୍ର ଟିମ୍‌୍‌ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର