ହୋଟେଲରେ ଯୁବତୀଙ୍କ ସହିତ ଧରାପଡ଼ିଲେ ମେଜର ଗୋଗଇ

ଜିପ୍‌୍‌ରେ ଯୁବକକୁ ବାନ୍ଧି ଚର୍ଚ୍ଚାରେ ରହିଥିଲେ

କାଶ୍ମୀର: ଜମ୍ମୁ କଶ୍ମୀର ପୁଲିସ ବୁଧବାର ଶ୍ରୀନଗରର ଏକ ହୋଟେଲରୁ ସେନାର ଚର୍ଚ୍ଚିତ ଅଧିକାରୀ ମେଜର ଲିତୁଲ ଗୋଗଇ ଏବଂ ତାଙ୍କ ସହିତ ଥିବା ଜଣେ କଶ୍ମୀରୀ ଯୁବତୀଙ୍କୁ ଅଟକ ରଖିଛନ୍ତି। ଉଭୟଙ୍କୁ ପୁଲିସ ଜେରା କରିଥିବା ବେଳେ ସେନା ଅଧିକାରୀଙ୍କୁ ତାଙ୍କୁ ୟୁନିଟ୍‌କୁ ହସ୍ତାନ୍ତର କରାଯାଇଛି। ୨୦୧୭ରେ ଜମ୍ମୁ କଶ୍ମୀରର ବଡ଼ଗାମରେ ପଥର ମାଡ଼ ସମୟରେ ମେଜର ଗୋଗଇ ଜଣେ ସ୍ଥାନୀୟ ଯୁବକଙ୍କୁ ମାନବ ଢାଲ ଭାବେ ବ୍ୟବହାର କରି ଜିପ୍‌ର ବନେଟ୍‌ରେ ବାନ୍ଧି ଦେଇଥିଲେ। ଆଜି ପୂର୍ବାହ୍ନ ୧୧ଟା ବେଳେ ହୋଟେଲ ଗ୍ରାଣ୍ଡରେ ଗଣ୍ଡଗୋଳ ଚାଲିଥିବା ସଂପର୍କରେ ପୁଲିସକୁ ଖବର ମିଳିଥିଲା। ପୁଲିସ ହୋଟେଲରେ ପହଞ୍ଚି ଏକ ପ୍ରକୋଷ୍ଠରୁ ଏହି ମାମଲାରେ ଗୋଗୋଇ, ବଡ଼ଗାମର ଜଣେ ଯୁବତୀ ଏବଂ ସମୀର ଅହମ୍ମଦ ନାମକ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣିଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଯୁବତୀ ଜଣଙ୍କୁ ନେଇ ମେଜର ଗୋଗଇ ହୋଟେଲକୁ ଯାଇଥିଲେ ଏବଂ ସେ ଅନ୍‌ଲାଇନ୍‌ରେ ରୁମ୍‌ ବୁକ୍‌ କରିଥିଲେ। ଏହି ସମୟରେ ଅନ୍ୟ ଜଣେ ବ୍ୟକ୍ତି ସେଠାରେ ପହଞ୍ଚିବାରୁ ଝଗଡ଼ା ଆରମ୍ଭ ହୋଇଥିଲା। ଏହି ମାମଲାର ଏସ୍‌୍‌ଆଇଟି ତଦନ୍ତ ପାଇଁ ପୁଲିସ ଡିଜି ଏସ୍‌୍‌ପି ପାଣି ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର