୨ ମିନିଟରେ ଦେଖନ୍ତୁ କିଭଳି ପ୍ରସ୍ତୁତ ହୋଇଛି ଚନ୍ଦ୍ରାୟନ-୨, ଗବେଷଣାଗାରର କିଛି ଏଭଳି ମୁହୂର୍ତ୍ତ ଯାହାକି ଆପଣଙ୍କୁ ଗର୍ବିତ କରାଇବ

ଚେନ୍ନାଇ: ଚନ୍ଦ୍ରାୟନ-୨, ଖବରର ଶିରୋନାମାରେ ଆଜି ଆପଣ ଏହାର ପ୍ରତିଛବି ଦେଖିଥିବେ | କିନ୍ତୁ କେବେ ଦେଖିଛନ୍ତି କିଭଳି ପ୍ରସ୍ତୁତ ହୋଇଛି ଚନ୍ଦ୍ରାୟନ-୨ ? ଆଜି ଆମେ ଆପଣଙ୍କୁ ଦେଖାଇବୁ ଚନ୍ଦ୍ରାୟନ-୨ ସହ ଜଡିତ ଏଭଳି ଏକ ଭିଡିଓ ଯାହାକି ଜଣେ ଭାରତୀୟ ଭାବେ ଆପଣଙ୍କୁ ଗର୍ବିତ ଅନୁଭବ କରାଇବ | ଚନ୍ଦ୍ରାୟନ-୨, ଭାରତୀୟ ମହାକାଶ ବିଜ୍ଞାନୀଙ୍କ ପରିଶ୍ରମ ଓ ସାରା ଦେଶର ଗର୍ବ, ଗୌରବର ଏକ ଅନନ୍ୟ କୃତି | ଏହାର ନିର୍ମାଣ ପାଇଁ ଇସ୍ରୋ ର ବୈଜ୍ଞାନିକ ଦିନରାତି ଅହରହ ପରିଶ୍ରମ କରିଥିଲେ | ବିଭିନ୍ନ ସ୍ଥାନରୁ ଅଂଶବିଶେଷକୁ ଅଣାଯାଇ ମିଶାଯାଇଥିଲା | ଏହାପରେ ହିଁ ଚନ୍ଦ୍ରକୁ ଯିବା ପାଇଁ ଏହା ପ୍ରସ୍ତୁତ ହୋଇପାରିଛି | ତେବେ ଶ୍ରୀହରିକୋଟାର ସତୀଶ ଧାୱନ ସେଣ୍ଟରରୁ ଏହା ଲଞ୍ଚ ହେବାକୁ ଥିବାବେଳେ ସେପ୍ଟେମ୍ବର ୬ରେ ଚନ୍ଦ୍ର ପୃଷ୍ଠରେ ଏହା ଅବସ୍ଥାପିତ ହେବାର ଅନୁମାନ କରାଯାଉଛି |

ଚନ୍ଦ୍ରାୟନ-୨ର ଇତିହାସ
୧୮ ସେପ୍ଟେମ୍ବର ୨୦୦୮: ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏହି ମିଶନ ପାଇଁ ଅନୁମତି ଦେଲେ
୯ ଜୁଲାଇ-୧୬ ଜୁଲାଇ ୨୦୧୯ ମଧ୍ୟରେ ମିଶନ ଲଞ୍ଚ କରିବାକୁ ନିର୍ଣ୍ଣୟ ନିଆଗଲା
୧୫ ଜୁଲାଇ: ସକାଳ ୨.୫୧ରେ ସମୟ ଓ ସ୍ଥାନ ସ୍ଥିର କରାଗଲା

୧୬ ବର୍ଷ ପୂର୍ବେ ୨୦୦୩ ମସିହାରେ ଯେତେବେଳେ ଇସ୍ରୋର ବୈଜ୍ଞାନିକ ଚନ୍ଦ୍ର ଉପରେ ମିଶନ ପାଇଁ ଯୋଜନା କରିଥିଲେ ସେତେବେଳେ ପ୍ରେରଣା ଦେଇଥିଲେ ତତ୍କାଳୀନ ରାଷ୍ଟ୍ରପତି ଏପିଜେ ଅବଦୁଲ କାଲାମ | କାଲାମ ସେତେବେଳେ କହିଥିଲେ ଯେ ଯଦି ଚନ୍ଦ୍ର ଚାରିପଟେ ଘୁରି ଏହାର ନିରୀକ୍ଷଣ କରାଯାଇପାରିବ ତେବେ କାହିଁକି ଚନ୍ଦ୍ର ପୃଷ୍ଠରେ ଓହ୍ଲାଇ ନହେବ | ଯାହାକି ବୈଜ୍ଞାନିକମାନଙ୍କୁ ଏହି ଦିଗରେ କାମ କରିବାକୁ ଉତ୍ସାହ ଦେଇଥିଲା |

ସମ୍ବନ୍ଧିତ ଖବର