୨୦୨୪ ସୁଦ୍ଧା ଭାରତକୁ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବା କଷ୍ଟକର ହେଲେ ମଧ୍ୟ ଅସମ୍ଭବ ନୁହେଁ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ୨୦୨୪ ସୁଦ୍ଧା ଭାରତକୁ ଏକ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବା ଲାଗି ଯେଉଁ ଲକ୍ଷ୍ୟ ରଖାଯାଇଛି ତାହା କଷ୍ଟକର ହେଲେ ମଧ୍ୟ ଅସମ୍ଭବ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ନୀତି ଆୟୋଗ ପ୍ରଶାସନିକ ପରିଷଦର ବୈଠକକୁ ଉଦଘାଟନ କରି ସେ କହିଛନ୍ତି ଯେ ଦେଶର ଏହି ଲକ୍ଷ୍ୟ ହାସଲ କରିବା ପାଇଁ ରାଜ୍ୟମାନେ ଜିଲ୍ଲା ସ୍ତରରୁ ହିଁ ବିକାଶ ଆରମ୍ଭ କରିବା ଆବଶ୍ୟକ । ଅନ୍ୟପକ୍ଷରେ ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦ୍ୱିଗୁଣିତ କରିବାକୁ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହାକୁ ହାସଲ କରିବାକୁ ଆମକୁ ଫଳଚାଷ,ମାଛଚାଷ, ପନିପରିବା ଚାଷ ଆଦି ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ।

ସେହିପରି ଦେଶରେ ନିରନ୍ତର ଅଭିବୃଦ୍ଧି ପାଇଁ ଆମକୁ ଜଳ ସଂପଦ ଉପରେ ଗୁରୁତ୍ୱ ଦେବାକୁ ହେବ । ଦେଶରେ ମରୁଡିକୁ ଦୂର କରିବାକୁ ଆମକୁ ଜଳ ସଂରକ୍ଷଣ, ବୃଷ୍ଟିଜଳ ସଂରକ୍ଷଣ କରିବାକୁ ହେବ ।  ଏହି ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ନିତି ଆୟୋଗର ଉପାଧ୍ୟକ୍ଷ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର