ଧୂମପାନ କରି କରି ଶୋଇପଡ଼ିଲେ ଯୁବକ, ନିଦ ଭାଙ୍ଗିବା ପରେ ବଦଳି ଯାଇଥିଲା ଘରର ନକ୍‌ସା

ନୂଆଦିଲ୍ଲୀ : ଅଫିସ ହେଉ ବା କୌଣସି ସାର୍ବଜନିକ ସ୍ଥାନ, ଧୂମପାନ ପାଇଁ ଏକ ସ୍ୱତନ୍ତ୍ର କୋଠରି ତିଆରି କରାଯାଇଥାଏ । ଯେଉଁଠି ଲୋକମାନେ ଯାଇ ଧୂମପାନ କରିଥାନ୍ତି । କିନ୍ତୁ କିଛି ସ୍ଥାନରେ ଧୂମପାନ କରିବା ବେଆଇନ ଥିବାରୁ ଲୋକେ ନିଜ ଘରେ ହିଁ ଧୂମପାନ କରିଥାନ୍ତି । ତେବେ ଧୂମପାନ କରିବା ସମୟରେ ସାବଧାନ ନ ରହିଲେ କିଭଳି ପରିସ୍ଥିତି ସୃଷ୍ଟି ହୋଇପାରେ ତାହା ମାଲେସିଆରେ ଘଟିଥିବା ଏକ ଘଟଣାରୁ ସ୍ପଷ୍ଟ ହୋଇଛି ।

oneindia.com

ସୂଚନା ମୁତାବକ, କାନଗର ସହରରେ ରହୁଥିବା ଜଣେ ଯୁବକ ରାତି ୨ଟାରେ ଘରେ ପହଞ୍ଚିଥିଲେ । ଧୂମପାନ କରିବାର ଅଭ୍ୟାସ ଥିବାରୁ ଯୁବକଜଣଙ୍କ ଶୋଇବା ଘରେ ଧୂମପାନ କରି ଶୋଇ ଯାଇଥିଲେ । କିଛି ସମୟ ପରେ ଘର ଭିତରେ ଧୂଆଁ ଭରିଯିବାରୁ ଯୁବକଙ୍କ ନିଦ ଭାଙ୍ଗିଥିଲା । ନିଦ ଭାଙ୍ଗିବା ପରେ ଘର ଭିତରର ସବୁ ଜିନିଷ ଜଳୁଥିବା ଦେଖି ସେ ଆଶ୍ଚର୍ଯ୍ୟ ହେବା ସହ ବହୁ କଷ୍ଟରେ ଘର ବାହାରକୁ ଆସିଥିଲେ । ପରେ ଅଗ୍ନିଶମ ବିଭାଗକୁ ଫୋନ କରାଯିବା ପରେ ସେ ଆସି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ସେତେବେଳକୁ ଘର ୭୦ପ୍ରତିଶତ ଜଳି ସାରିଥିଲା ।

ସମ୍ବନ୍ଧିତ ଖବର