ମାଳଦ୍ୱୀପରେ ମୋଦି ମ୍ୟାଜିକ, ଚୀନ ସହ ମୁକ୍ତ ବାଣିଜ୍ୟ ଚୁକ୍ତି ରଦ୍ଦ କରିବେ ସେଠାକାର ନୂଆ ସରକାର

ମାଲେ :  ଭାରତ ମହାସାଗରରେ ଥିବା   ଦ୍ୱୀପରାଷ୍ଟ୍ର  ମାଳଦ୍ୱୀପ ଯାଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କି ମନ୍ତ୍ର ଫୁଙ୍କିଲେ କେଜାଣି, ସେଠାକାର ସରକାର ଚୀନକୁ ଦେଖିଲେ ଚିଡୁଛନ୍ତି । ପୂର୍ବତନ ରାଷ୍ଟ୍ରପତି ଅବଦୁଲ୍ଲା ୟମିନ ଚୀନ ଓ ପାକିସ୍ତାନ ଦ୍ୱାରା ପ୍ରଭାବିତ ହୋଇ ଭାରତ ପ୍ରତି ଶତ୍ରୁତା ଆଚରଣ କରୁଥିଲେ । କିନ୍ତୁ ଏବେ ସ୍ଥିତି ସମ୍ପୂର୍ଣ୍ଣ ଓଲଟା ।

ଆଜି ମାଳଦ୍ୱୀପର ନୂଆ ସରକାର କହିଛନ୍ତି ଯେ ଗତ ସରକାରଙ୍କ ଅମଳରେ ଚୀନ ସହିତ ହୋଇଥିବା ମୁକ୍ତ ବାଣିଜ୍ୟ ରାଜିନାମାକୁ ରଦ୍ଦ କରାଯିବ । “ଏହି ରାଜିନମା ସଂପୂର୍ଣ୍ଣ ଏକପାଖିଆ ଥିଲା । ଚୀନ ଆମଠାରୁ କୌଣସି ସାମଗ୍ରୀ କିଣୁନଥିବାବେଳେ ଆମେ ତାଠାରୁ ଅଧିକ ସାମଗ୍ରୀ କିଣୁଥିଲୁ । ଏଣୁ ଏହି ଚୁକ୍ତିକୁ ରଦ୍ଦ କରାଯିବ”  କହିଛନ୍ତି ମାଳଦ୍ୱୀପ ଡେମୋକ୍ରାଟିକ ପାର୍ଟିର ନେତା ମହମ୍ମଦ ନସିଦ ।

ଗତ ସପ୍ତାହରେ ମାଳଦ୍ୱୀପର ନୂଆ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିଙ୍କ ଶପଥ ଗ୍ରହଣ ଉତ୍ସବରେ ଭାରତର ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଇଥିଲେ । ଅନ୍ୟପକ୍ଷରେ ଭାରତ ପକ୍ଷରୁ ଦିଆଯାଇଥିବା ଦୁଇଟି ଧ୍ରୁବ ହେଲିକାପ୍ଟରକୁ ରଖିବା ପାଇଁ ମାଳଦ୍ୱୀପ ରାଜି ହୋଇଛି । ମାଳଦ୍ୱୀପର ନବନିଯୁକ୍ତ  ପ୍ରତିରକ୍ଷାମନ୍ତ୍ରୀ  ମାରିୟା ଦିଦି ଏ ସଂପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଆମର ସଂସ୍କୃତି ଏହା ନୁହେଁ ଯେ ଏକ ବନ୍ଧୁରାଷ୍ଟ୍ରଠାରୁ ଅଣାଯାଇଥିବା ଉପହାର ଫେରସ୍ତ ଦେଇଦେବୁ । ପୂର୍ବ ସରକାର ଏହାକୁ ଫେରାଇ ନେବାକୁ କହିଥିଲେ ।

ସମ୍ବନ୍ଧିତ ଖବର