ଚୀନ୍‌ର ‘ବେଲ୍ଟ-ରୋଡ୍‌’କୁ ଝଟ୍‌କା, ଯୋଜନାରୁ ଓହରିଗଲା ମାଲେସିଆ

ପେଇଚିଙ୍ଗ୍‌: ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ସବୁଠୁ ମହତ୍ତ୍ୱାକାଂକ୍ଷୀ ‘ବେଲ୍ଟ-ରୋଡ୍‌’ (ଓ୍ଵାନ୍‌ ବେଲ୍ଟ ଓ୍ଵାନ୍‌ ରୋଡ୍‌) ଯୋଜନାକୁ ବଡ଼ ଝଟ୍‌କା ଲାଗିଛି। ଯୋଜନାର ଅନ୍ୟତମ ସହଯୋଗୀ ମାଲେସିଆ ଏଥିରୁ ଓହରିଯିବା ଲାଗି ନିଷ୍ପତ୍ତି ନେଇଛି। ଏଥିନିମନ୍ତେ ମାଲେସିଆ ଯେଉଁ ପ୍ରସ୍ତାବ ଦେଇଥିଲା ତାହାକୁ ମଧ୍ୟ ବାତିଲ କରିଦେଇଛି। ଚୀନ୍‌ର ଏହି ପରିଯୋଜନାକୁ ଭାରତ ସମେତ ଅନେକ ରାଷ୍ଟ୍ର ବିରୋଧ କରୁଥିବା ବେଳେ ପାକିସ୍ତାନ କିନ୍ତୁ ସହଯୋଗର ହାତ ବଢ଼ାଇଛି।   ଚୀନ୍‌ ଏହି ‘ବେଲ୍ଟ-ରୋଡ୍‌’ ଯୋଜନା ଦ୍ୱାରା ପାକିସ୍ତାନ ଓ ଅନ୍ୟ ଦକ୍ଷିଣ ଏସୀୟ ରାଷ୍ଟ୍ର ସହିତ କାରବାର କରିବାକୁ ସୁଯୋଗ ପାଇବ। ଏଥିପାଇଁ ଏହା ବିପୁଳ ପରିମାଣର ପୁଂଜି ବିନିଯୋଗ କରୁଛି। ଚୀନ୍‌ ଏହି ବିଶାଳ ଯୋଜନା ଦ୍ୱାରା ପାକିସ୍ତାନ, ମାଲେସିଆ ଭଳି ରାଷ୍ଟ୍ରକୁ ଋଣ ଫାଶରେ ପକାଇ ସେମାନଙ୍କଠାରୁ ଫାଇଦା ନେବାକୁ ଉଦ୍ୟମ କରୁଥିବା ମଧ୍ୟ କୁହାଯାଉଛି।  ଶ୍ରୀଲଙ୍କା ମଧ୍ୟ ଚୀନ୍‌ର ଯୋଜନାକୁ ବିରୋଧ କରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର