ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଲୋକପାଳ ମନୋନୟନ ସଭାରେ ଯୋଗ ଦେବେ ନାହିଁ ମଲ୍ଲିକାର୍ଜୁନ ଖାର୍ଗେ

ନୂଆଦିଲ୍ଲୀ: ସରକାରଙ୍କ ବିରୋଧରେ ପ୍ରତିବାଦ କରି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଲୋକପାଳ ମନୋନୟନ ବୈଠକରେ ଯୋଗ ଦେବାକୁ ଅଗ୍ରାହ୍ୟ କରିଦେଇଛନ୍ତି।

ଏକ ପତ୍ରରେ ଖାର୍ଗେ କହିଛନ୍ତି ଯେ, ବିରୋଧୀଙ୍କ କଣ୍ଠରୋଧ କରିବାକୁ କେନ୍ଦ୍ର ମିଳିତ ଉଦ୍ୟମ ଚଳାଇଛି। ପାର୍ଲାମେଣ୍ଟ୍‌ର ପବ୍ଲିକ୍‌ ଆକାଉଣ୍ଟ୍‌ସ୍‌ କମିଟିକୁ ଉକ୍ତ ଚିଠିଟି ଲେଖା ଯିବା ସହ କଂଗ୍ରେସ ପାର୍ଟି ତରଫରୁ ତାହାକୁ ଟୁଇଟ୍‌ କରାଯାଇଛି।

ଲୋକସଭାରେ ଏକକ ବୃହତ୍ତମ ବିରୋଧୀ ଦଳର ନେତା ଭାବେ (କିନ୍ତୁ, ଲୋକସଭାରେ ବିରୋଧୀ ଦଳର ନେତା ନୁହନ୍ତି) ତାଙ୍କୁ ସରକାର ନିମନ୍ତ୍ରଣ ଦେଇଛନ୍ତି।

ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ଆବଶ୍ୟକ ସଂଖ୍ୟକ ସଦସ୍ୟ ନ ଥିବାରୁ ଚଳିତ ଲୋକସଭାରେ କେହି ବିରୋଧୀ ଦଳର ନେତା ହୋଇ ପାରି ନାହାନ୍ତି। ଲୋକପାଳ ମନନୋୟନ କମିଟି ଲୋକପାଳ ଆଇନ ସଂଶୋଧନ କରି ସର୍ବବୃହତ୍‌ ଏକକ ସଂଖ୍ୟା ଗରିଷ୍ଠ ଦଳର ନେତାଙ୍କୁ ବିରୋଧୀ ନେତାରେ ସାମିଲ କରି ନାହିଁ। ସେଥିପାଇଁ ସରକାର ଲୋକସଭାର କଂଗ୍ରେସ ନେତାଙ୍କୁ ଏହି ବୈଠକରେ ଯୋଗ ଦେବାକୁ ସ୍ୱତନ୍ତ୍ର ନିମନ୍ତ୍ରଣ ଦେଇଛନ୍ତି।

ସମ୍ବନ୍ଧିତ ଖବର