ଭାରତରେ ଭିଆଇପି ଜେଲ ଚାହୁଁଛି ବିଜୟ ମାଲ୍ୟା

ଜାମିନ ମିଆଦ ସେପ୍ଟେମ୍ବର ୧୨ ପର୍ଯ୍ୟନ୍ତ ବୃଦ୍ଧି କଲେ ଲଣ୍ଡନ କୋର୍ଟ

ଲଣ୍ଡନ : ଭାରତରେ ପ୍ରାୟ ୯ ହଜାର କୋଟି ଟଙ୍କାର ଋଣ ଖିଲାପ କରି ଲଣ୍ଡନ ଫେରାର ହୋଇଯାଇଥିବା ଶିଳ୍ପପତି ବିଜୟ ମାଲ୍ୟାଙ୍କ ଜାମିନକୁ ଲଣ୍ଡନର ଏକ କୋର୍ଟ ଆଜି ସେପ୍ଟେମ୍ବର ୧୨ ପର୍ଯ୍ୟନ୍ତ ବଢାଇଦେଇଛନ୍ତି । ଏହା ସହିତ ମୁମ୍ବଇର ଆର୍ଥର ରୋଡ ଜେଲର ଏକ ଭିଡିଓ ପଠାଇବାକୁ କୋର୍ଟ ଭାରତ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଭାରତ ସରକାର ମଧ୍ୟ ଏହି ଭିଡ଼ିଓ ପଠାଇବାକୁ ରାଜି ହୋଇଛନ୍ତି ।
ଏହା ପୂର୍ବରୁ ମାଲ୍ୟାଙ୍କ ଓକିଲ କୋର୍ଟଙ୍କୁ ଜଣାଇଥିଲେ ଯେ ଭାରତର ଜେଲ ଗୁଡ଼ିକର ଅବସ୍ଥା ଭଲନାହିଁ, ଏଣୁ ପ୍ରତ୍ୟାର୍ପଣ କଲେ ମାଲ୍ୟାଙ୍କ ମାନବ ଅଧିକାରର ହନନ ହେବ । ଏହାର ଜବାବରେ ମାଜିଷ୍ଟ୍ରେଟ ଏମା ଆରର୍ବଟନଟ ଭାରତ ସରକାରଙ୍କୁ ମୁମ୍ବାଇର ଅର୍ଥର ରୋଡ ଜେଲର ଭିଡିଓ ପଠାଇବାକୁ କହିଥିଲେ । ଜେଲର ଅବସ୍ଥାକୁ ନେଇ କୋର୍ଟ ସନ୍ତ୍‌ୁଷ୍ଟ ହେଲେ ତାଙ୍କର ଭାରତ ପ୍ରତ୍ୟାର୍ପଣ ସହଜ ହେବ । କୋର୍ଟରୁ ବାହାରିବା ପରେ ମାଲ୍ୟା ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ତାଙ୍କୁ ମିଥ୍ୟାରେ ଫସାଇଦିଆଯାଉଛି । ସେ ୨୦୧୫ରୁ ଋଣ ପରିଶୋଧ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି ।

ସମ୍ବନ୍ଧିତ ଖବର