କରୋନା ପୂର୍ବରୁ ବି ଏହି ରୋଗ ନେଇଥିଲା ଲକ୍ଷାଧିକ ଲୋକଙ୍କ ଜୀବନ

ନୂଆଦିଲ୍ଲୀ: ବିଶ୍ଵବ୍ୟାପୀ କରୋନା ଏବେ ୫ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇଥିବାବେଳେ ଭାରତରେ ଏହି ରୋଗରେ ୨ ଜଣଙ୍କ ଜୀବନ ଯାଇଛି | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କରୋନାକୁ ମହାମାରୀ ଘୋଷିତ କରାଯାଇଥିବା ବେଳେ କରୋନା ପୂର୍ବରୁ ବି ବିଶ୍ୱରେ ଏମିତି କିଛି ମହାମାରୀ ବ୍ୟାପିଥିଲା, ଯେଉଁଥିରେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା |

ଜାଣନ୍ତୁ ଗତ ୪୦୦ ବର୍ଷ ମଧ୍ୟରେ କେଉଁ ସବୁ ରୋଗରେ ଲକ୍ଷାଧିକ ଲୋକଙ୍କ ଜୀବନ ଚାଲିଯାଇଥିଲା :
ପ୍ଲେଗ: ୧୭୨୦ ମସିହାରେ ସାରା ବିଶ୍ୱରେ ପ୍ଲେଗ ରୋଗ ମହାମାରୀ ଭାବେ ଦୁଇ ବର୍ଷ ମଧ୍ୟରେ ୧ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା | ମୂଷାଙ୍କ ଦ୍ୱାରା ଏହି ରୋଗ ବ୍ୟାପିଥିଲା |
କଲେରା(ହଇଜା): ୧୮୨୦ ମସିହାରେ କଲେରା ବା ହଇଜା ଭାରତ, ଜାପାନ, ଥାଇଲାଣ୍ଡ, ଭିଏତନାମା, ଚୀନ, ସିରିଆରେ ତାଣ୍ଡବ ରଚିଥିଲା | ଏହି ମହାମାରୀ ଯୋଗୁଁ ସାରା ବିଶ୍ୱରେ ଲକ୍ଷାଧିକ ଲୋକଙ୍କ ଜୀବନ ଯାଇଥିଲା |

Photo-The newyork times

ସ୍ପେନିସ ଫ୍ଲୁ: ପ୍ରଥମ ବିଶ୍ଵଯୁଦ୍ଧ ପରେ ୧୯୨୦ ମସିହାରେ ଏହି ରୋଗ ଫ୍ରାନ୍ସ ସୀମାରେ ସୃଷ୍ଟି ହୋଇଥିଲା | ଏହା ବିଶ୍ୱର ୫୦୦ ନିୟୁତ ଲୋକଙ୍କୁ ସଂକ୍ରମିତ କରିଥିଲା | ବିଶେଷ କରି ପ୍ରଶାନ୍ତ ମହାସାଗରୀୟ ଦ୍ୱୀପପୁଞ୍ଜ ଏବଂ ଆଣ୍ଟାର୍କଟିକା ମହାସାଗର ଉପକୂଳରେ ଥିବା ଲୋକଙ୍କୁ ଏହି ରୋଗ ସଂକ୍ରମିତ ହୋଇଥିଲା | ସ୍ପେନିସ ଫ୍ଲୁ ଯୋଗୁଁ ୧୭ ନିୟୁତରୁ ୫୦ ନିୟୁତ ଲୋକଙ୍କର ମୃତ୍ୟୁ ଘଟିଥିଲା |
ସ୍ୱାଇନ ଫ୍ଲୁ: ୨୦୦୯ ମସିହାରେ ମହାମାରୀ ଭଳି ବ୍ୟାପି ଯାଇଥିଲା ସ୍ୱାଇନ ଫ୍ଲୁ | ଏହି ରୋଗରେ ବିଶ୍ୱରେ ପ୍ରାୟ ୬ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଥିଲା |
ଇବୋଲା: ୨୦୧୪ ମସିହାରେ ଇବୋଲା ଭାଇରସ ସଂକ୍ରମଣ ଯୋଗୁଁ ଆଫ୍ରିକା ମହାଦେଶର ଦେଶମାନଙ୍କରେ ୧୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା | କିନ୍ତୁ ଏହି ରୋଗକୁ ମହାମାରୀ ଘୋଷଣା କରାଯାଇ ନଥିଲା |

ସମ୍ବନ୍ଧିତ ଖବର