ମୁଁ ମୃତ୍ୟୁକୁ ନୁହେଁ, ବରଂ ମୃତ୍ୟୁ ମୋତେ ଡରେ, ମୋତେ ଅଟକାଇବା କାହାର ସାହାସ ନାହିଁ: ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ସମେତ ଦେଶର ଅନ୍ୟ ଅଂଚଳରେ ଜାରି ଥିବା ଡାକ୍ତରଙ୍କ ଆନ୍ଦୋଳନ ମଧ୍ୟରେ ଶୁକ୍ରବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ପ୍ରତିକ୍ରିୟା ଦେଇଛନ୍ତି। ମମତା ବାନାର୍ଜୀ ଉତ୍ତର ୨୪ ପ୍ରଗଣାରେ କହିଛନ୍ତି, ମୁଁ ମୃତ୍ୟୁକୁ ଡରୁ ନାହିଁ ବରଂ ମୃତ୍ୟୁ ମୋତେ ଡରିଥାଏ। ମୋତେ ଅଟକାଇବାକୁ କାହାର ସାହାସ ନାହିଁ।

ମୁଁ ବିହାର, ଉତ୍ତରପ୍ରଦେଶ ଓ ପଂଜାବ ଯାଇ ହିନ୍ଦୀରେ କଥା ହେଉଛି। କାରଣ ଏହା ଜାତୀୟ ଭାଷା କିନ୍ତୁ ଆପଣ ଯେତେବେଳେ ପଶ୍ଚିମବଙ୍ଗ ଆସୁଛନ୍ତି ବଙ୍ଗଳା ଭାଷାରେ କଥା ହେବାକୁ ପଡ଼ିବ ବୋଲି ମମତା ବାନାର୍ଜୀ କହିଛନ୍ତି। ନିର୍ବାଚନ ପରେ ରାଜ୍ୟରେ ହିଂସା ଦେଖାଯାଇଛି। ଆମେ ପଶ୍ଚିମବଙ୍ଗକୁ ଗୁଜୁରାଟ ହେବାକୁ ଦେବୁ ନାହିଁ। ପଶ୍ଚିମବଙ୍ଗରେ ହିଂସା ବ୍ୟାପିବା ପାଇଁ ଉଦ୍ୟମ ଚାଲିଛି। କାରଣ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ହେଉଛି। ସେ କହିଛନ୍ତି, ପଶ୍ଚିମବଙ୍ଗରେ ଗଣ୍ଡାରାଜ କରୁଥିବା ଲୋକଙ୍କୁ ସ୍ଥାନ ମିଳିବ ନାହିଁ।

ମମତା ବାନାର୍ଜୀ କହିଛନ୍ତି, ପଶ୍ଚିମବଙ୍ଗ ଉପରେ କିଛି ଅଶୁଭ ଶକ୍ତି ନଜର ପକାଇଛନ୍ତି। କାହିଁକି ସାଧାରଣ ଜନତା କଷ୍ଟ ପାଉଛନ୍ତି। ରାଜ୍ୟର ବିକାଶ କରିବାର ଅଛି। ଆମକୁ ଇଭିଏମ୍‌ ଦରକାର ନାହିଁ, ବେଲେଟ ଆବଶ୍ୟକ ଅଛି। ଏଥିପାଇଁ ଜୁଲାଇ ୨୧ରେ ଆନ୍ଦୋଳନ ହେବ। ମମତା କହିଛନ୍ତି, ପଶ୍ଚିମବଙ୍ଗରେ ରହି ବଙ୍ଗାଳୀଙ୍କୁ ଡରାଇବେ? ମୁଁ ଏହା ସହ୍ୟ କରିପାରିବି ନାହିଁ। ମୋତେ ସେମାନେ କାହିଁକି ଏତେ ଡରୁଛନ୍ତି। ଆମର ଲଢ଼େଇ ଗଣତନ୍ତ୍ରର ଲଢ଼େଇ ବୋଲି ମମତା କହିଛନ୍ତି।

ସମ୍ବନ୍ଧିତ ଖବର