ଚଳିତ ନିର୍ବାଚନରେ ଜନତା ମୋଦିଙ୍କ ଓଠରେ ଲ୍ୟୁକୋପ୍ଲାଷ୍ଟର ଲଗାଇବେ: ମମତା ବାନାର୍ଜୀ

ନୂଆଦିଲ୍ଲୀ: ସପ୍ତଦଶ ନିର୍ବାଚନ ଯେତିକି ପାଖେଇ ଆସୁଛି, ଦେଶର ନିର୍ବାଚନୀ ମାହୋଲ ସେତିକି ସରଗରମ ହୋଇ ଉଠିଛି । ଗୋଟିଏ ପଟେ ମୋଦି ସରକାର କ୍ଷମତାରେ ରହିବାକୁ ପାଇଁ ଚେଷ୍ଟା କରୁଛନ୍ତି। ଅନ୍ୟପଟେ ବିରୋଧୀ ମୋଦିଙ୍କୁ ଗାଦିଚ୍ୟୁତ କରିବା ପାଇଁ ଏକାଠି ହୋଇଛନ୍ତି । ଏହି ମର୍ମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୋଦିଙ୍କୁ ଆଜି ଟାର୍ଗେଟ କରିଛନ୍ତି ।

News18.com

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜନତାଙ୍କୁ ମିଛ କହୁଛନ୍ତି ମୋଦି, ଭୁଆଁ ବୁଲାଉଛନ୍ତି ପ୍ରଧାନମନ୍ତ୍ରୀ । ଆଉ ଏଥିରୁ ବଞ୍ଚିବାର ଗୋଟଏ ମାତ୍ର ଉପାୟ ରହିଛି । ଚଳିତ ନିର୍ବାଚନରେ ଜନତା ମୋଦିଙ୍କ ଓଠରେ ଲ୍ୟୁକୋପ୍ଲାଷ୍ଟ ଲଗାଇ ବନ୍ଦ କରିଦେବେ । ଜନତା ଏପରି କଲେ ମୋଦି ଆଉ ମିଛ କହିପାରିବେ ନାହିଁ । ଆଉ ମିଛ ପ୍ରଚାର କରିପାରିବେ ନାହିଁ ।

ସୂଚନାଯୋଗ୍ୟ ପଶ୍ଚିମବଙ୍ଗର କୁଚବିହାରର ଏକ ନିର୍ବାଚନୀ ରାଲିରେ ମୋଦି କହିଥିଲେ, ପଶ୍ଚିମବଙ୍ଗର ଲୋକେ ଦିଦି ଅପେକ୍ଷା ଅଧିକ ମୋଦି ମୋଦି କହୁଛନ୍ତି । ଆଉ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଦ ଉଡ଼ିଯାଇଛି । ଆଉ ଏହାର ଜବାବ ଦେଇଛନ୍ତି ମମତା ବାନାର୍ଜୀ ।

ନାଗରକୋଟା ନିର୍ବାଚନୀ ରାଲିରେ ମମତା କହିଛନ୍ତି, ମୋଦିଙ୍କ ପାଖରେ କୃଷକ ଓ ମଧବିତ୍ତ ପରିବାରଙ୍କ ସମସ୍ୟା ସମାଧାନ ପାଇଁ ସମୟ ଦେଇନାହାନ୍ତି । ପାଂଚ ବର୍ଷ କାର୍ଯ୍ୟକାଳରେ ସାରା ବିଶ୍ୱ ବୁଲିବାରେ ସମୟ ଅତିବାହିତ କରିଥିଲେ । ନିର୍ବାଚନ ପାଖେଇ ଆସୁଥିବା ବେଳେ ମୋଦି ସମସ୍ତଙ୍କୁ ମିଛ କହିବା ସହ ଧମକ ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । ମିଛ କହିବାର ପ୍ରତିଯୋଗିତା ହେଲେ ମୋଦି ପ୍ରଥମ ସ୍ଥାନ ଗ୍ରହଣ କରିବେ । ଆଗାମୀ ନିର୍ବାଚନରେ ମୋଦିଙ୍କୁ ଭୋଟ ନଦେବା ସହ ରାଜନୀତିରୁ ବାହାର କରିବା ପାଇଁ ଲୋକଙ୍କୁ ଆହ୍ଵାନ ଦେଇଛନ୍ତି।

 

ସମ୍ବନ୍ଧିତ ଖବର