ମମତା ଘୋଷଣା କଲେ ପ୍ରାର୍ଥୀଙ୍କ ତାଲିକା : ୪୧ ପ୍ରତିଶତ ମହିଳାଙ୍କୁ ଟିକେଟ, ନିର୍ବାଚନ ମଇଦାନକୁ ଓହ୍ଲାଇଲେ ତିନି ବଙ୍ଗୀୟ ଅଭିନେତ୍ରୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚଳିତ ବର୍ଷ ଲୋକସଭା ନିର୍ବାଚନ ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ତୃଣମୂଳ କଂଗ୍ରେସ (ଟିଏମସି) ଆଗାମୀ ନିର୍ବାଚନରେ  ୪୧ ପ୍ରତିଶତ ମହିଳାଙ୍କୁ ଟିକେଟ ଦେଇଛି ବୋଲି ମଙ୍ଗଳବାର ମମତା ବାନାର୍ଜୀ ଘୋଷଣା କରିଛନ୍ତି।

ଟିଏମସିର ଲୋକସଭା ପ୍ରାର୍ଥୀଙ୍କ ତାଲିକା ଜାରି ହୋଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକସଭା ନିର୍ବାଚନ ପାଇଁ ଟିଏମସି ପ୍ରାର୍ଥୀଙ୍କ ତାଲିକା ମଙ୍ଗଳବାର ଘୋଷଣା କରିଛନ୍ତି ।

୨୦୧୯ରେ ଲୋକସଭା ନିର୍ବାଚନରେ ତିନିଜଣ ଚର୍ଚ୍ଚିତ ବଙ୍ଗୀୟ ଅଭିନେତ୍ରୀ ନିର୍ବାଚନ ଲଢ଼ିବେ ବୋଲି  ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ ଆଜି ଘୋଷଣା କରିଛନ୍ତି। ମମତାଙ୍କ କହିବାନୁସାରେ, ବଙ୍ଗୀୟ ଅଭିନେତ୍ରୀ ନୁସରତ ଜହାନ ଓ ମିମି ଚକ୍ରବର୍ତ୍ତୀ ଲୋକସଭା ନିର୍ବାଚନରେ ଟିଏମସି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ। ପୂର୍ବତନ ବରିଷ୍ଠ ଅଭିନେତ୍ରୀ ଓ ଟିଏମସି ସଦସ୍ୟ ମୁନମୁନ ସେନ୍‌ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ ବିପକ୍ଷରେ ଆସନସୋଲରୁ ନିର୍ବାଚନ ଲଢ଼ିବେ।

ସେହିପରି କଂଗ୍ରେସର ପୂର୍ବତନ ନେତା ମୌସମ ନୁର ଯିଏକି ନିକଟରେ ଟିଏମ୍‌ସିରେ ସାମିଲ ହୋଇଥିଲେ, ସେ ପଶ୍ଚିମବଙ୍ଗର ମାଲଦା ସିଟ୍‌ରୁ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି।

ମମତା ବାନାର୍ଜୀ ରାଜ୍ୟର ଲୋକସଭାର ସମସ୍ତ ୪୨ ସିଟ ପାଇଁ ତୃଣମୂଳ କଂଗ୍ରେସ ପ୍ରାଥୀଙ୍କ ତାଲିକା ଜାରି କରିଛନ୍ତି । ସୂଚନା ଅନୁସାରେ ବର୍ତ୍ତମାନ ସାଂସଦ ଥିବା ୧୦ ଜଣଙ୍କୁ  ଟିକେଟ୍ ମିଳିନାହିଁ । ତୃଣମୃଳ କଂଗ୍ରେସର ସୁପ୍ରିମୋ ମମତା ବାନାର୍ଜୀ କହିଛନ୍ତି ତାଲିକାରେ ଯେଉଁମାନଙ୍କ ନା ନାହିଁ, ତାଙ୍କୁ ଦଳର ଅନ୍ୟାନ୍ୟ କାମରେ ନିୟୋଜିତ କରାଯିବ । ତୃଣମୃଳ କଂଗ୍ରେସ ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ଆଣ୍ଡାମାନରେ ମଧ୍ୟ କିଛି ସିଟରୁ ନିର୍ବାଚନ ଲଢ଼ିବ ବୋଲି ମମତା କହିଛନ୍ତି ।

ସମ୍ବନ୍ଧିତ ଖବର