ମମତାଙ୍କ ଚୀନ୍‌ ଗସ୍ତ ବାତିଲ୍‌

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୂର୍ବ ନିର୍ଦ୍ଧାରିତ ଚୀନ୍‌ ଗସ୍ତ ଆଜି ବାତିଲ ହୋଇଯାଇଛି। ମମତା ଆଜି ରାତିରେ ଏକ ପ୍ରତିନିଧି ଦଳର ନେତୃତ୍ୱ ନେଇ ୯ ଦିନିଆ ଚୀନ୍‌ ଗସ୍ତରେ ଯାଇଥାନ୍ତେ ଏବଂ ଜୁନ୍‌ ୩୦ ତାରିଖରେ ଭାରତ ଫେରିଥାନ୍ତେ। କିନ୍ତୁ ଗସ୍ତ ସମୟରେ ହେବାକୁ ଥିବା ବୈଠକ ସଂପର୍କରେ ଚୀନ୍‌ କୌଣସି ସୂଚନା ନଦେବାରୁ ମମତା ଏହି ଗସ୍ତ ରଦ୍ଦ କରିଦେଇଛନ୍ତି। ଏହି ଗସ୍ତରେ ଭାରତ ସରକାର ଏବଂ ଚୀନ୍‌ କମ୍ୟୁନିଷ୍ଟ ପାର୍ଟିର ନେତାଙ୍କ ମଧ୍ୟରେ ଆଦାନ ପ୍ରଦାନ ବୈଠକ ଅନୁଷ୍ଠିତ ହେବାର ଥିଲା। ଏଥିରେ ଆର୍ଥିକ ଏବଂ ରାଜନୈତିକ ପ୍ରସଙ୍ଗରେ ଆଲୋଚନା ପାଇଁ ପୂର୍ବରୁ ସ୍ଥିର ହୋଇଥିଲା। ତେବେ ଚୀନ୍‌ ସରକାର ବୈଠକ ନେଇ କୌଣସି କାର୍ଯ୍ୟକ୍ରମ ସ୍ପଷ୍ଟ ନକରିବାରୁ ମମତା ତାଙ୍କ ଗସ୍ତ ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି ବୋଲି ରାଜ୍ୟ ଅର୍ଥମନ୍ତ୍ରୀ ଅମିତ ମିତ୍ର କହିଛନ୍ତି।

ସମ୍ବନ୍ଧିତ ଖବର