ଅମିତ ଶାହଙ୍କୁ ଭେଟିଲେ ମମତା, ଏନ୍‌ଆର୍‌ସିରୁ ବାଦ୍‌ ପଡ଼ିଥିବା ଲୋକଙ୍କ କଥା ବିଚାର କରିବାକୁ କହିଲେ

ନୂଆଦିଲ୍ଲୀ: ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ଶାହଙ୍କ ସହିତ ଆଲୋଚନା ବେଳେ ମମତା ଆସାମ ଏନ୍‌ଆର୍‌ସି ପ୍ରସଙ୍ଗ ଉଠାଇ ବଞ୍ଚିତ ଲୋକମାନଙ୍କ ସଂପର୍କରେ ପୁନର୍ବିଚାର କରିବା ପାଇଁ ଅନୁରୋଧ କରିଛନ୍ତି। ଗତକାଲି ମମତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରି ରାଜ୍ୟକୁ ଅଧିକ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। ଆଜି ଗୃହମନ୍ତ୍ରୀଙ୍କ ସହିତ ଆଲୋଚନା ପରେ ମମତା ଗଣମାଧ୍ୟମକୁ କହିଛନ୍ତି ଯେ ସାମ୍ବିଧାନିକ ଦୁରୁପଯୋଗ ସମେତ ଅନ୍ୟ କେତେକ ପ୍ରସଙ୍ଗରେ ଗୃହମନ୍ତ୍ରୀଙ୍କ ସହିତ ସେ ଆଲୋଚନା କରିଛନ୍ତି। ଏନ୍‌ଆର୍‌ସିକୁ ନେଇ ମମତା ଏକ ଅଭିଯୋଗପତ୍ର ମଧ୍ୟ ଗୃହମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର