ମୋଦୀଙ୍କୁ କୁର୍ତ୍ତା ଉପହାର ଦେଲେ ମମତା, ପଶ୍ଚିମବଂଗ ଆସିବାକୁ ନିମନ୍ତ୍ରଣ କଲେ

ନୂଆଦିଲ୍ଲୀ : ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ଏହି ଅବସରରେ ମମତା ପ୍ରଧାନମନ୍ତ୍ରୀଙ୍କୁ ମିଠା ଏବଂ କୁର୍ତ୍ତା ଉପହାର ଦେଇଥିଲେ। ଏହା ସହିତ ପ୍ରଧାନମନ୍ତ୍ରୀଙ୍କୁ ସେ ପଶ୍ଚିମବଂଗ ଗସ୍ତରେ ଆସିବାକୁ ନିମନ୍ତ୍ରଣ କରିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ମମତା କହିଛନ୍ତି ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା ଏବଂ ଫଳପ୍ରଦ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ ଦ୍ବିତୀୟଥର ଦାୟିତ୍ବ ନେବାପରେ ତାଙ୍କୁ ମୁଁ ଭେଟିବାକୁ ସୁଯୋଗ ପାଇନଥିବାରୁ ଆଜି ସାକ୍ଷାତ ପାଇଁ ପାଇଁ ଆସିଥିଲି ବୋଲି ମମତା କହିଛନ୍ତି। ମମତା କହିଛନ୍ତି ଯେ ରାଜ୍ୟର ବିକାଶ ପାଇଁ ସେ ୧୩୫୦୦ କୋଟି ଟଙ୍କା କେନ୍ଦ୍ର ସରକାରଙ୍କଠାରୁ ଦାବି କରିଛନ୍ତି। ଏହା ସହିତ ରାଜ୍ୟର ନାମ ପରିବର୍ତ୍ତନ ପ୍ରକ୍ରିୟାକୁ ମଧ୍ୟ ମଂଜୁରି ଦେବା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ମମତା ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଆସନ୍ତାକାଲି ଭେଟିବା ପାଇଁ ଇଛା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର