ନାଇଜେରିଆ : ପାଣି ଭାବି ଭକ୍ତଙ୍କ ଉପରେ ପେଟ୍ରୋଲ ଛିଞ୍ଚିଦେଲେ ପାଦ୍ରୀ, ନିଆଁ ଲାଗି ଦୁହେଁ ଜୀବନ୍ତ ଦଗ୍ଧ

ଲାଗୋସ : ଆଫ୍ରିକୀୟ ଦେଶ ନାଇଜେରିଆର ରାଜଧାନୀ ଲାଗୋସରେ ଏକ ଦୁଃଖଦ ଘଟଣା ଘଟିଛି । ଏକ ଚର୍ଚ୍ଚର ପାଦ୍ରୀ ପେଟ୍ରୋଲକୁ ଭୁଲରେ ପାଣିଭାବି ଜଣେ ଶ୍ରଦ୍ଧାଳୁଙ୍କ ଉପରେ ଢାଳିଦେବା ପରେ ହଠାତ ନିଆଁ ଲାଗିଯାଇଥିଲା । ଏହା ଫଳରେ ସଂପୃକ୍ତ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇଯାଇଥିଲା । ଏହି ନିଆଁରେ ପୋଡି ଚର୍ଚ୍ଚ ଓ ଆଖପାଖ ଅଞ୍ଚଳ ଛାରଖାର ହୋଇଯାଇଛି ।
ନାଇଜେରିଆର ଜାତୀୟ ଜରୁରୀକାଳୀନ ପରିଚାଳନା ଏଜେନ୍ସି ସୁତ୍ରରୁ ପ୍ରକାଶ ଯେ ଉକ୍ତ ପାଦ୍ରୀ ପାଣି ଛିଞ୍ଚି ଲୋକମାନଙ୍କ ରୋଗ ଭଲକରିଦେବାର ଦାବି କରନ୍ତି । ଏଥିପାଇଁ ତାଙ୍କ ପାଖକୁ ଶ୍ରଦ୍ଧାଳୁଙ୍କ ଭୀଡ ଜମିଥାଏ । ତେବେ ସେ ଦିନ ସେ ପେଟ୍ରୋଲ ଥିବା ଏକ ପାତ୍ରକୁ ପାଣି ଭାବି ଜଣେ ଶ୍ରଦ୍ଧାଳୁଙ୍କ ଉପରେ ଛିଞ୍ଚିଦେବା ପରେ ନିକଟରେ ଥିବା ମହମ ବତୀରୁ ହଠାତ ନିଆଁ ଧରି ଥିଲା ଓ ଦେଖୁ ଦେଖୁ ତାହା ସମଗ୍ର ଚର୍ଚ୍ଚକୁ ବ୍ୟାପିଯାଇଥିଲା । ଏହା ଫଳରେ ସଂପୃକ୍ତବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁବରଣ କରିଥିବାବେଳେ ପାଦ୍ରୀ ଜଣକ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ନିକଟରେ ଯାଇଥିବା ଏକ ତେଲ ପାଇପଲାଇନକୁ ମଧ୍ୟ ନିଆଁ ଧରି ଦେଇଥିଲା । ଖବର ଲେଖା ହେବା ପର୍ଯ୍ୟନ୍ତ ପାଇପଲାଇନରେ ନିଆଁକୁ ନିୟନ୍ତ୍ରଣ କରାଯାଇପାରିନାହିଁ ।

ସମ୍ବନ୍ଧିତ ଖବର