ଧାରଣାରୁ ପ୍ଲାଟ୍‌ଫର୍ମକୁ ଉଠିବା ବେଳେ ଦେହରେ ଘଷି ହୋଇଗଲା ଟ୍ରେନ୍‌: ମରୁ ମରୁ ବଞ୍ଚିଗଲେ ଯୁବକ

ନୂଆଦିଲ୍ଲୀ: ଠିକ୍‌ ଟ୍ରେନ୍‌ ଛାଡ଼ିବା ସମୟରେ ଶାସ୍ତ୍ରୀନଗର ଠାରେ ଦିଲ୍ଲୀ ମେଟ୍ରୋ ଧାରଣା ପାରିହେଉଥିବା ଜଣେ ୨୧ ବର୍ଷିୟ ଯୁବକ ମରୁ ମରୁ ବଞ୍ଚି ଯାଇଛନ୍ତି। ଠିକଣା ବେଳରେ ଟ୍ରେନ୍‌ ଡ୍ରାଇଭର୍‌ ତାଙ୍କୁ ଦେଖି ପକାଇବାରୁ ଦୁର୍ଘଟଣା ଏଡ଼ା ଯାଇ ପାରିଲା।

ମୟୂର ପଟେଲ୍‌ ନାମକ ଉକ୍ତ ଯୁବକ ଗୋଟିଏ ପ୍ଲାଟ୍‌ଫର୍ମରୁ ଅନ୍ୟ ଏକ ପ୍ଲାଟ୍‌ଫର୍ମକୁ ଯିବା ପାଇଁ ଓଭର୍‌ ବ୍ରିଜ୍‌ ପରିବର୍ତ୍ତେ ଟ୍ରାକ୍‌ ଉପରେ ଯାଉଥିଲେ। ଭିଡିଓରେ ଦେଖା ଯାଉଛି, ସେ ଠିଆ ହୋଇଥିବା ଟ୍ରେନ୍‌ ପ୍ରତି ଧ୍ୟାନ ନ ଦେଇ ଏମିତି ଟ୍ରାକ୍‌ ଉପର ଦେଇ ଚାଲି ଚାଲି ଯାଉଛନ୍ତି। ଠିକ୍‌ ସେ ପ୍ଲାଟ୍‌ଫର୍ମ ଚଢ଼ିଲା ବେଳେ ଟ୍ରେନ୍‌ ଚାଲିବା ଆରମ୍ଭ କରିବାରୁ ଛନକା ପଶିଗଲା। ପଟେଲ୍‌ ଧାରଣା ଉପରୁ ପ୍ଲାଟ୍‌ଫର୍ମକୁ ଉଠିଯିବାକୁ ଚେଷ୍ଟା କରି ବିଫଳ ହେଲାବେଳେ ଟ୍ରେନ୍‌ଟି ତାଙ୍କ ଦେହରେ ଘଷି ହୋଇ ଅଟକି ଥିଲା।

ପଟେଲ୍‌ଙ୍କୁ ଅଟକ ରଖାଯାଇ ତାଙ୍କ ଉପରେ ଜରିମାନା ପକା ଯାଇଥିଲା। ସେ କହନ୍ତି ଯେ ଗୋଟିଏ ପ୍ଲାଟ୍‌ଫର୍ମରୁ କେମିତି ଅନ୍ୟ ପ୍ଲାଟ୍‌ଫର୍ମକୁ ଯାଆନ୍ତି, ତାହା ସେ ଜାଣନ୍ତି ନାହିଁ।

ବିନାନୁମତିରେ ଦିଲ୍ଲୀ ମେଟ୍ରୋ ଧାରଣା ପାରିହେଲେ ଛଅ ମାସ ଜେଲ୍‌ କିଂବା ୫୦୦ ଟଙ୍କା ଜରିମାନା କିଂବା ଉଭୟ ଦଣ୍ଡରେ ଦଣ୍ଡିତ କରାଯାଏ।
ଗତ କେତେ ବର୍ଷ ହେବ ଦିଲ୍ଲୀ ମେଟ୍ରୋ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକରୁ ଗୋଟିଏ ହେଲା ଅନେକେ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରୁଛନ୍ତି।

ସମ୍ବନ୍ଧିତ ଖବର