ଶାଶୁଘରକୁ ଯିବା ପୂର୍ବରୁ ଯୁବତୀ ହସ୍‌ପିଟାଲରେ ନିଜର ଭାବି ସ୍ୱାମୀଙ୍କ ମୃତଦେହ ଦେଖିବାକୁ ପହଞ୍ଚିଥିଲେ

ରାୟବରେଲି: ରାୟବରେଲି ଜିଲ୍ଲା ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବିବାହକୁ ଆଉ ଗୋଟିଏ ଦିନ ବାକି ଥିଲା , ସେଥିପାଇଁ ଘରେ ବିବାହ ପ୍ରସ୍ତୁତି ଜୋରସୋରରେ ଚାଲିଥିଲା। ଏଭଳି ପରିସ୍ଥିତିରେ ବରର ମୃତ୍ୟୁ ଖବର ସମଗ୍ର ଅଞ୍ଚଳକୁ ଦୋହଲାଇ ରଖି ଦେଇଛି।

ସୂଚନାଯୋଗ୍ୟ, ବିବାହସ୍ଥିର ହୋଇଥିବା ଯୁବକ ତାର ଆଈଙ୍କୁ ସ୍ନାନ କରିବା ପାଇଁ ଯାଇଥିବା ସମୟରେ ସଡ଼କ ଦୁର୍ଘଟଣାର ତାଙ୍କର ମୃତ୍ୟୁ ହୋଇ ଯାଇଛି। ସେପଟେ ନୂଆ ବୋହୂ ହୋଇ ଶାଶୁଘରକୁ ଆସିବାର ସ୍ୱପ୍ନ ଦେଖୁଥିବା ଯୁବତୀ ଯେତେବେଳେ ଏହି ଘଟଣା ସମ୍ପର୍କରେ ଜାଣିଲେ ସେ ଅଚେତ ହୋଇପଡ଼ିଲେ। ଏହି ଘଟଣାକୁ ନେଇ ଦୁଇଟି ପରିବାର ମଧ୍ୟରେ ଶୋକକୂଳ ବାତାବରଣ ଖେଳିଯାଇଛି।

ଏଭଳି ଏକ ଘଟଣା ଲକ୍ଷ୍ମୌ-ଆଲହାବାଦ ରାଜମାର୍ଗରେ ମନଉ ଇନ୍ଦାରା ଗ୍ରାମ ନିକଟରେ ଘଟିଛି। ଏହି ଦୁର୍ଘଟଣାରେ ଜସୋଲି ଗ୍ରାମରେ ବସବାସ କରୁଥିବା ରାଜେନ୍ଦ୍ରଙ୍କ ପୁଅ ରାହୁଲ କୁମାର (୨୩ବର୍ଷ) ତାଙ୍କର ଆଈ ରାଜକଲିଙ୍କୁ ବାଇକ୍‌ରେ ବସାଇ ଗଙ୍ଗା ସ୍ନାନ କରାଇବା ପାଇଁ ନେଇ ଯାଉଥିଲେ।ଏହି ସମୟରେ ତାଙ୍କ ବାଇକ୍‌କୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା ଫଳରେ ବାଇକ୍‌ଟି ପାଞ୍ଚ ମିଟର ଦୂରକୁ ଘୋଷାଡି ହୋଇଯାଇଥିଲା, ଫଳରେ ଘଟଣାସ୍ଥଳରେ ରାହୁଲଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର