ବାଇକ୍ ଚଳାଇ ସ୍କୁଲରେ ପହଞ୍ଚିବା ପରେ ହେଲମେଟ ଭିତରୁ ବାହାରିଥିଲା ସାପ! ଚିକିତ୍ସା ପାଇଁ ହସ୍ପିଟାଲ୍ରେ ଭର୍ତ୍ତି ହେଲେ ଶିକ୍ଷକ
ନୂଆଦିଲ୍ଲୀ: ବିଭିନ୍ନ ପ୍ରଜାତିର ସାପକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଖବର ସାମ୍ନାକୁ ଆସିଥାଏ। ନିକଟରେ ସାପକୁ ନେଇ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ଶିକ୍ଷକ ସୌଭାଗ୍ୟବଶତଃ ସାପ ଦଂଶନରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଘଟଣା ଫେବ୍ରୁଆରି ୫ ତାରିଖରେ ଘଟିଥିବା ବେଳେ ଏବେ ସାମ୍ନାକୁ ଆସିଛି। ରଞ୍ଜିତ ନାମକ ଜଣେ ଶିକ୍ଷକ କାନ୍ଦାନାଡ ସେଣ୍ଟ ମେରି ହାଇସ୍କୁଲରେ ସଂସ୍କୃତ ପାଠ ପଢ଼ାନ୍ତି। ସବୁଦିନ ଭଳି ଫେବ୍ରୁଆରି ୫ ତାରିଖରେ ସେ ଘରୁ ସ୍କୁଲ ପାଇଁ ବାହାରି ଆସିଥିଲେ। କାନ୍ଦାନାଡ ସେଣ୍ଟ ମେରି ହାଇସ୍କୁଲରେ ପାଠ ପଢ଼ାଇବା ପରେ ଅନ୍ୟ ଏକ ସ୍କୁଲକୁ ଯିବା ପାଇଁ ବାହାରି ଥିଲେ। ଏହି ସ୍କୁଲଟି କାନ୍ଦାନାଡ ସ୍କୁଲଠାରୁ ୬କିମି ଦୂରରେ ଅବସ୍ଥିତ।
ସ୍କୁଲ ପହଞ୍ଚିବା ପରେ ରଞ୍ଜିତ ଯେମିତି ହେଲମେଟ୍ ଖୋଲିଥିଲେ ସେଥିରେ ଏକ ସାପ ଥିବା ଦେଖି ସେ ଭୟଭୀତ ହୋଇଯାଇଥିଲେ। କିନ୍ତୁ ସାପଟି ହେଲମେଟ ଓ ରଞ୍ଜିତଙ୍କ ମୁଣ୍ଡ ଚାପାରେ ମରି ଯାଇଥିଲା। ଏହା ସତ୍ତ୍ୱେ କାଳେ ସେ ରଞ୍ଜିତଙ୍କ ମୁଣ୍ଡକୁ ଦଂଶନ କରିଥିବ ସେଥିପାଇଁ ତାଙ୍କ ସହଯୋଗୀ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲ୍କୁ ନେଇ ଯାଇଥିଲେ।
ହସ୍ପିଟାଲ୍ରୁ ଚିକିତ୍ସିତ ହୋଇ ଫେରିବା ପରେ ଯେଉଁ ହେଲମେଟରେ ସାପ ଥିଲା, ତାହାକୁ ରଞ୍ଜିତ ନିଆଁ ଲଗାଇ ପୋଡ଼ି ଦେବା ସହ ଫିଙ୍ଗି ଦେଇଥିଲେ । ତେବେ ସାପ ହେଲମେଟ, ଜୋତା, କାର ଓ ମଟରସାଇକେଲ ଆଦିରେ ଲୁଚି ରହିବା ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ବି ଏମିତି ଅନେକ ଘଟଣା ଘଟିଛି।