ଗାନ୍ଧୀଙ୍କ ନାମରୁ ‘ମହାତ୍ମା’ ଶବ୍ଦ ହଟେଇବା ଆବେଦନ ମହଙ୍ଗା ପଡ଼ିଲା: ଅଦାଲତ କଲେ ୧୦,୦୦୦ ଜରିମାନା

ଚେନ୍ନାଇ: ମାଦ୍ରାସ ହାଇକୋର୍ଟରେ ଜଣେ ବ୍ୟକ୍ତି ନୋଟ୍‌ ଉପରେ ଥିବା ଗାନ୍ଧୀଙ୍କ ନାମ ପୂର୍ବରୁ ‘ମହାତ୍ମା’ ଶବ୍ଦ ହଟାଇବା ପାଇଁ ଏକ ଜନ ସ୍ୱାର୍ଥ ମାମଲା ରୁଜୁ କରିଥିଲେ। ତାଙ୍କର ଏହି ଆବେଦନକୁ କୋର୍ଟ ଖାରଜ କରିବା ସହ ଅଯଥାରେ ଅଦାଲତ ସମୟ ନଷ୍ଟ କରିବା ଅଭିଯୋଗରେ ୧୦,୦୦୦ ଟଙ୍କା ଜରିମାନା ଘୋଷଣା କରିଛନ୍ତି।

ଅଭିଯୋଗକାରୀ ଏସ୍‌ ମୁରୁଗନାନ୍ଥମ ଆଣିଥିବା ଏହି ଜନ ସ୍ୱାର୍ଥ ମାମଲାକୁ ମୁଖ୍ୟ ବିଚାରପତି ଇନ୍ଦିରା ବାନାର୍ଜୀ ଏବଂ ବିଚାରପତି ଏମ୍‌ ସୁନ୍ଦର ଏକ ଭିତ୍ତିହୀନ ଆବେଦନ ବୋଲି କହିଛନ୍ତି। ଯାହାକି ଅଦାଲତଙ୍କର ମୂଲ୍ୟବାନ ସମୟ କ୍ଷୟ କରିଛି।

ଉଲ୍ଲେଖଯୋଗ୍ୟ, ଭାରତୀୟ ନୋଟ୍‌ରେ ଏମ୍‌ କେ ଗାନ୍ଧୀଙ୍କ ନାମ ପୂର୍ବରୁ ଲେଖାଯାଇଥିବା ‘ମହାତ୍ମା’ ଶବ୍ଦ ସମ୍ବିଧାନର ଧାରା ୧୪ ଏବଂ ୧୮କୁ ଉଲଂଘନ କରୁଛି ବୋଲି ଅଭିଯୋଗକାରୀ ଯୁକ୍ତି କରିଥିଲେ। ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ନୋଟ୍‌ ଉପରେ ଗାନ୍ଧୀଙ୍କ ନାମ ପୂର୍ବରୁ ‘ମହାତ୍ମା’ ଲେଖି ଟଙ୍କା ଛାପିବା ସମ୍ବିଧାନକୁ ଅପମାନ ବୋଲି ସେ ଦାବି କରିଥିଲେ।

ସମ୍ବନ୍ଧିତ ଖବର