ବ୍ଲଡ୍‌ ଗ୍ରୁପ୍‌ ଜାଣିବାକୁ ‘ସୂଚନା ଅଧିକାର’ରେ ଆବେଦନ

0 409

ନୂଆଦିଲ୍ଲୀ: ନିକଟରେ ସେଣ୍ଟ୍ରାଲ୍‌ ଇନ୍‌ଫର୍‌ମେସନ୍‌ କମିସନ ଗୋଟାଏ ଭିନ୍ନ କିସମର ଆବେଦନ ଉପରେ ରାୟ ଦେଇଛନ୍ତି। ଜଣେ ବ୍ୟକ୍ତି ନିଜର ବ୍ଲଡ୍‌ ଗ୍ରୁପ୍‌ ଜାଣିବାକୁ ‘ସୂଚନା ଅଧିକାର’କୁ ଏ ପ୍ରକାରର ଆବେଦନ କରିଥିଲେ। ଆବେଦକ ଭିନ୍ନ ଭିନ୍ନ ଜାଗାରେ ରକ୍ତ ପରୀକ୍ଷା କରିବା ପରେ ସବୁ ରିପୋର୍ଟରେ ତାଙ୍କ ବ୍ଲଡ୍‌ ଗ୍ରୁପ୍‌ ପୃଥକ୍‌ ହୋଇଥିଲା।

‘ମେଡିକାଲ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ’ଙ୍କୁ ଏହି ‘ସୂଚନା ଅଧିକାର’ ଆବେଦନ କରାଯାଇଥିଲା। ଆବେଦନରେ ସଂଯୋଗ କରାଯାଇଥିଲା ଭିନ୍ନ ଭିନ୍ନ ସରକାରୀ ଡାକ୍ତରଖାନା ଏବଂ ଘରୋଇ ଲ୍ୟାବ୍‌ରେ କରାଯାଇଥିବା ରକ୍ତ ପରୀକ୍ଷା ରିପୋର୍ଟ। ଏ ସମସ୍ତ ରିପୋର୍ଟରେ ଆବେଦକ ରାହୁଲ ଚିତ୍ରଙ୍କ ବ୍ଲଡ୍‌ ଗ୍ରୁପ୍‌ ପରସ୍ପର ଠାରୁ ସମ୍ପୂର୍ଣ୍ଣ ଭିନ୍ନ। କେତେକ ପରୀକ୍ଷା ‘ଆର୍‌ଏଚ୍‌’ ପଜିଟିଭ୍‌ ଦର୍ଶାଉଥିବା ବେଳେ ଅନ୍ୟ କେତେକ ନେଗେଟିଭ୍‌ ବୋଲି ଦର୍ଶାଉଛି ବୋଲି ଆର୍‌ଟିଆଇ ଆବେଦନ କରିଥିଲେ ଚିତ୍ରଙ୍କର ଜଣେ ସହଯୋଗୀ। ‘ଆର୍‌ଏଚ୍‌’ ଫ୍ୟାକ୍ଟର୍‌ ହେଉଛି ମାନବ ଶରୀର ୩୫ ପ୍ରକାର ରକ୍ତର ଭେଦ।

ବଂଶାନୁକ୍ରମିକ ଏବଂ ଲୋହିତ ରକ୍ତ କଣିକାର ଉପରସ୍ତରରେ ରହୁଥିବା ଏକ ପୁଷ୍ଟିସାର ହେଉଛି ‘ଆର୍‌ଏଚ୍‌’ ବା ‘ରେସସ୍‌’। ଯଦି ଜଣେ ବ୍ୟକ୍ତିଙ୍କର ରକ୍ତରେ ପୁଷ୍ଟିସାର ଥାଏ ତାଙ୍କ ‘ଆର୍‌ଏଚ୍‌’ ଫ୍ୟାକ୍ଟର୍‌ ପଜିଟିଭ୍‌। ଯଦି ପୁଷ୍ଟିସାର ନ ଥାଏ ତେବେ ନେଗେଟିଭ୍‌। କିନ୍ତୁ ସାଧାରଣ ଗ୍ରୁପ୍‌ର ରକ୍ତ ‘ଆର୍‌ଏଚ୍‌’ ପଜିଟିଭ୍‌ ହିଁ ହୋଇଥାଏ।

Panda Mobile only

ଏମ୍‌ସିଆଇ ଆବେଦନ ଖାରଜ କରିଦେବା ପରେ ଚିତ୍ର ସୂଚନା ଅଧିକାର ଆବେଦନ ସହ କମିସନ୍‌ଙ୍କ ଦ୍ୱାରସ୍ଥ ହୋଇଥିଲେ। ସେଠାରେ ତାଙ୍କର ଆଗ୍ରା ଏବଂ ଜିଲ୍ଲା ହସ୍‌ପିଟାଲ୍‌ ସମେତ ୪ ଜାଗାରେ ରକ୍ତ ପରୀକ୍ଷା କରାଯାଇଥିଲା। ପରୀକ୍ଷାରୁ ଜଣାପଡ଼ିଲା ତାଙ୍କ ଦେହରେ ୨ଟି ଗ୍ରୁପ୍‌ର ରକ୍ତ ରହିଛି:- ବି ପଜିଟିଭ୍‌ ଏବଂ ବି ନେଗେଟିଭ୍‌।

ସେ କହନ୍ତି: ଦିଲ୍ଲୀ ପନ୍ତ୍‌ ହସ୍‌ପିଟାଲ୍‌ ରିପୋର୍ଟରେ ତାଙ୍କ ରକ୍ତ ବି ପଜିଟିଭ୍‌ ହୋଇଥିଲା।

ଯଦି କୌଣସି ଜରୁରୀ ପରିସ୍ଥିତିରେ ମୋର ବ୍ଲଡ୍‌ ଟ୍ରାନ୍‌ସ୍‌ଫ୍ୟୁଜନ୍‌ କରିବାକୁ ପଡ଼େ ମତେ କେଉଁ ଗ୍ରୁପ୍‌ର ରକ୍ତ ଦିଆଯିବ ବୋଲି ସୂଚନା କମିସନ୍‌ ଯଶୋବର୍ଦ୍ଧନ ଆଜାଦ୍‌ଙ୍କ ଶୁଣାଣି ସମୟରେ ଚିତ୍ର ପ୍ରଶ୍ନ କରିଥିଲେ। କମିସନ୍‌ର୍‌ ମନ୍ତବ୍ୟ ଦେଲେ କି, ମାଲାଟି ସାଙ୍ଘାତିକ ଏବଂ ଚିତ୍ରଙ୍କ ଲାଗି ଏହା ଜୀବନ ମରଣ ସମସ୍ୟା ସୃଷ୍ଟି କରିପାରେ। ପୁଣି ଏହା ‘ସୂଚନା ଅଧିକାର’କୁ ଆବେଦନ କରାଯାଇଥିବାରୁ ଆହୁରି ଗୁରୁତ୍ୱ ବହନ କରୁଛି।

ଏ ପ୍ରଶ୍ନ ସୂଚନା ଅଧୀନରେ ଆସୁନାହିଁ ଦର୍ଶାଇ ମାମଲାକୁ ଟାଳିବେଦା ‘ଏମ୍‌ସିଆଇ’ ପକ୍ଷରେ ଠିକ୍‌ ହୋଇ ନାହିଁ କହି ଆଜାଦ୍‌ ଏହି ଆବେଦନକୁ ‘ଏମ୍‌ସ୍‌’କୁ ପଠାଇବାକୁ ସେଣ୍ଟ୍ରାଲ୍‌ ପବ୍ଲିକ୍‌ ଇନ୍‌ଫର୍‌ମେସନ୍‌ ଅଫିସର୍‌ଙ୍କୁ କହିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.