ନହରଗଡ଼ ଦୁର୍ଗରେ ଝୁଲନ୍ତା ଶବ ମାମଲା: ମୁହଁ ଖୋଲିଲେ ମୃତକଙ୍କ ଭାଇ

ଜୟପୁର: ‘ମୋ ଭାଇ କେବେ ଆତ୍ମହତ୍ୟା କରିପାରେନା। ଏହା ଏକ ହତ୍ୟା। ଏଥିପାଇଁ ମୁଁ ମୋ ମୃତ୍ୟୁ ପର୍ଯ୍ୟନ୍ତ ତଦନ୍ତ ଦାବି କରିବି। ‘ପଦ୍ମାବତୀ’ ଚଳଚ୍ଚିତ୍ରକୁ ନେଇ ପଥର ଉପରେ ଲେଖାଯାଇଥିବା ଧମକ ସହିତ ମୋ ଭାଇର କୌଣସି ସଂପର୍କ ନାହିଁ।’ ଏପରି କହିଛନ୍ତି ଜୟପୁରର ନହରଗଡ଼ ଦୁର୍ଗରେ ଶୁକ୍ରବାର ମିଳିଥିବା ମୃତକଙ୍କ ଭାଇ ରାମ ରତନ ସାଇନି।

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ନହରଗଡ଼ ଦୁର୍ଗରେ ଜଣେ ୪୦ ବର୍ଷୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ସଂଜୟଲୀଲା ଭଂସାଲୀଙ୍କ ‘ପଦ୍ମାବତୀ’ ଚଳଚ୍ଚିତ୍ରକୁ ବିରୋଧ ସେହି ସ୍ଥାନରେ ପଥର ଉପରେ ଏକ ବାର୍ତ୍ତା ଲେଖା ଯାଇଥିଲା। ବାର୍ତ୍ତାଟି ଥିଲା, ‘ଆମେ କୁଶପୁତ୍ତଳିକା ଜଳାଉ ନାହିଁ, ଝୁଲାଉ।’

ଉଲ୍ଲେଖଯୋଗ୍ୟ, ‘ପଦ୍ମାବତୀ’କୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବିବାଦ ଉପୁଜିଛି। ତେବେ ବିଶେଷ ବିରୋଧ କରାଯାଇଛି ରାଜସ୍ଥାନର ରାଜପୁତ  କର୍ଣ୍ଣି ସେନା ପକ୍ଷରୁ।

ସମ୍ବନ୍ଧିତ ଖବର