ପାଲଟିଲା ଶେଷ ନବରାତ୍ରୀ: ଭିଡିଓରେ ଦେଖନ୍ତୁ କିପରି ଗର୍ବା ଖେଳୁ ଖେଳୁ ଟଳି ପଡ଼ିଲେ ଏହି ବ୍ୟକ୍ତି
ମାଉଣ୍ଟ ଆବୁ : ମାଉଣ୍ଟ ଆବୁରେ ଗର୍ବା ଖେଳୁଥିବା ସମୟରେ ଗୁଜୁରାଟରେ ଜଣେ ବାସିନ୍ଦାଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାମ ଜଗ୍ଦିଶ ବୋଲି ଜଣା ପଡ଼ିଥିବା ବେଳେ ସେ ଗୁଜୁରାଟର ସୁରଟରେ ରହୁଥିଲେ ବୋଲି ଜଣା ପଡ଼ିଛି । ନବରାତ୍ରୀ ଚାଲିଥିବାରୁ ନିଜ ପତ୍ନୀ ଓ ବନ୍ଧୁଙ୍କ ସହ ରାଜସ୍ଥାନର ମାଉଣ୍ଟ ଆବୁରେ ପହଞ୍ଚିଥିଲେ ଜଗ୍ଦିଶ । କିନ୍ତୁ ଏହା ତାଙ୍କର ଶେଷ ନବରାତ୍ରୀ ହେବ ବୋଲି ତାଙ୍କୁ ଜଣା ନଥିଲା । ଗର୍ବା ଖେଳୁ ଖେଳୁ ଟଳି ପଡ଼ିଥିଲେ ଜଗ୍ଦିଶ । କେହି କିଛି ବୁଝିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ସେହି ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଭିଡିଓରେ କିପରି ଜଗ୍ଦିଶ ଗର୍ବା ଖେଳି ଖେଳି ଟଳି ପଡ଼ୁଛନ୍ତି, ତାହା ଦେଖାଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଜଗ୍ଦିଶଙ୍କ ଜଣେ ବନ୍ଧୁ କହିଛନ୍ତି, ସପ୍ତାହ ଶେଷରେ ଆମେ ନବରାତ୍ରୀ ପାଳନ ପାଇଁ ସୁରଟରୁ ରାଜସ୍ଥାନର ମାଉଣ୍ଟ ଆବୁକୁ ଆସିଥିଲୁ । ସେଠାରେ ବୁଲାବୁଲି କରି ହୋଟେଲକୁ ଫେରିବା ପରେ ହୋଟେଲରେ ଏକ ଗର୍ବା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ଦେଖି ଆମେ ସବୁ ଗର୍ବା ଖେଳିବା ପାଇଁ ପହଞ୍ଚିଥିଲୁ । ଏହି ସମୟରେ ହଠାତ୍ ଜଗ୍ଦିଶ ଗର୍ବା ଖେଳି ଖେଳି ଟଳି ପଡ଼ିଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।