ଗାଧୋଇବା ପାଇଁ ସମୁଦ୍ରକୁ ଯାଇଥିଲେ ଯୁବକ, କିନ୍ତୁ ପାଣି ଭିତରୁ ନିଜ ସହ ନେଇ ଆସିଲେ ଏଭଳି ଭୟଙ୍କର ଅସୁବିଧା, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ : ଚୀନ୍‌ରେ ଜଣେ ଯୁବକଙ୍କୁ ସମୁଦ୍ରରେ ଗାଧୋଇବା ପଡ଼ିଛି ମହଙ୍ଗା । ସମୁଦ୍ରକୁ ବୁଲିବାକୁ ଯାଇଥିବା ବେଳେ ଗରମ ହେଉଥିବାରୁ ସେ ସମୁଦ୍ରକୁ ଗାଧୋଇବା ପାଇଁ ଯାଇଥିଲେ । କିନ୍ତୁ ପାଣି ଭିତରେ ତାଙ୍କ ସହ କିଛି ଏପରି ଘଟିଥିଲା, ଯାହା ବିଷୟରେ ଜାଣିବା ପରେ ସମୁଦ୍ରରେ ଗାଧୋଇବା ପୂର୍ବରୁ ଲୋକମାନେ ୧୦ଥର ଭାବିବେ ନିଶ୍ଚୟ ।

Divya Marathi

ସୂଚନା ମୁତାବକ, ଯୁବକ ଜଣଙ୍କ ଗାଧୋଇବା ପାଇଁ ଯାଇଥିବା ବେଳେ ତାଙ୍କ ଗୁପ୍ତାଙ୍ଗରେ ଏକ ବଡ଼ ମାଛର ଲାଞ୍ଜ ଅଟକି ଯାଇଥିଲା । ବହୁ ଚେଷ୍ଟା ପରେ ମଧ୍ୟ ଏହାକୁ ସେ ବାହାର କରି ପାରି ନଥିଲେ । ଏକ ବଡ଼ ମାଛ ଗୁପ୍ତାଙ୍ଗରେ ଲାଗି ଯିବା ପରେ ଯୁବକଙ୍କୁ ଗଭୀର ଯନ୍ତ୍ରଣା ଆରମ୍ଭ  ହୋଇ ଯାଇଥିଲା । ଯାହାକୁ ସହି ନ ପାରି ସେ ପାଣି ଭିତରୁ ବାହାରକୁ ଆସିବା ସହ କୁଳରେ ପେଟ ମାଡ଼ି ଶୋଇ ପଡ଼ିଥିଲେ । ତାଙ୍କୁ ଦେଖି ଲୋକମାନଙ୍କ ଭିଡ଼ ଲାଗିଥିଲେ ମଧ୍ୟ କେମିତି ଉପାୟରେ ମାଛକୁ ବାହାର କରାଯିବ ତାହା କେହି ଜାଣି ପାରି ନ ଥିଲେ । ସେଠାରେ ପୁଲିସ ଉପସ୍ଥିତ ଥାଇ ମଧ୍ୟ କିଛି କରି ପାରି ନ ଥିଲା । ଏତେ ବଡ଼ ମାଛକୁ କେମିତି ବାହାର କରାଯିବ କେହି ଜାଣି ପାରୁ ନ ଥିଲେ । କିଛି ସମୟ ପରେ ଫାୟାର ସର୍ଭିସ୍‌ ଏବଂ ପାରାଡ଼େମିକ୍ସ ଡ଼ିପାର୍ଟମେଣ୍ଟରୁ ଲୋକମାନେ ଆସି ମାଛର ଲାଞ୍ଜ କାଟି ଯୁବକଙ୍କ ଗୁପ୍ତାଙ୍ଗରୁ ଅଲଗା କରିଥିଲେ । ଯାହା ପରେ ଯୁବକଙ୍କୁ ଡ଼ାକ୍ତରଖାନା ନିଆଯାଇ ଚିକିତ୍ସା କରାଯାଇଥିଲା । ଏବେ ଯୁବକ ଜଣଙ୍କ ସୁସ୍ଥ ଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର