ନ୍ୟୁଜିଲାଣ୍ଡ ମସ୍‌ଜିଦ୍‌ ଗୁଳିକାଣ୍ଡରେ ଜଣେ ଅଜଣା ଯୁବକଙ୍କ ସାହସ ପାଇଁ ବଞ୍ଚିଗଲା ଅନେକ ଜୀବନ, ଆକ୍ରମଣରୁ ବର୍ତ୍ତି ଯାଇଥିବା ଯୁବକ ଶୁଣାଇଲେ ଅସଲି ହିରୋଙ୍କ କାହାଣୀ

କ୍ରାଏଷ୍ଟଚର୍ଚ : ନ୍ୟୁଜିଲାଣ୍ଡର କ୍ରାଏଷ୍ଟଚର୍ଚରେ ଥିବା ଦୁଇଟି ମସ୍‌ଜିଦ୍‌ରେ ଶୁକ୍ରବାର ସକାଳେ ଗୁଳିକାଣ୍ଡ ଘଟି ୪୯ଜଣ ଲୋକ ପ୍ରାଣ ହରାଇଛନ୍ତି । ଏହି ଆକ୍ରମଣରେ ୨୦ଜଣ ଆହତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆକ୍ରମଣରୁ ବର୍ତ୍ତି ଯାଇଥିବା ଲୋକମାନେ ସେ ସମୟର ଲୋମଟାଙ୍କୁରା ଅନୁଭୂତି ବିଷୟରେ ଜଣାଇଛନ୍ତି ।

NDTV.com

ମସ୍‌ଜିଦ୍‌ ଆକ୍ରମଣରୁ ବର୍ତ୍ତି ଯାଇଥିବା ସୟଦଙ୍କ କହିବା ଅନୁଯାୟୀ, ଜଣେ ଯୁବକଙ୍କ ସାହାସ ପାଇଁ ଆଜି ମୁଁ ଏଠାରେ ଠିଆ ହୋଇ କଥା ହୋଇ ପାରୁଛି । ସେ ନ ଥିଲେ ଆହୁରି ଅନେକ ଜୀବନ ଚାଲି ଯାଇଥାନ୍ତା । ଯେତେବେଳେ ବନ୍ଧୁକଧାରୀ ଆତତାୟୀ ମସ୍‌ଜିଦ୍‌ ଭିତରକୁ ପଶି ଗୁଳି ବର୍ଷା କରିବା ଆରମ୍ଭ କରିଥିଲେ, ସେତେବେଳେ ଭିତରେ ଥିବା ଲୋକଙ୍କ ହୃଦସ୍ପନ୍ଦନ ଅଟକି ଯାଇଥିଲା । ୧୦୦ ବର୍ଗ ମିଟରର ମସ୍‌ଜିଦ୍‌ ଭିତରେ ଲୋକେ ପ୍ରାଣ ବିକଳରେ ବାହାରକୁ ଯିବାର ମଧ୍ୟ କୌଣସି ବାଟ ନଥିଲା । ଏ ସମୟରେ ଜଣେ ଅଜଣା ଯୁବକ ଆସି ବନ୍ଧୁକଧାରୀ ଆତତାୟୀଙ୍କୁ ପଛପଟୁ ଜୋର୍‌ରେ ଜାବୁଡ଼ି ଧରିଥିଲେ । ବନ୍ଧୁକଧାରୀ ଆତତାୟୀଜଣଙ୍କ ବହୁତ ଛାଟି ପିଟି ହେବା ପରେ ତାଙ୍କ ହାତରୁ ବନ୍ଧୁକ ଖସି ଯାଇଥିଲା । ଯାହା ପରେ ସେ ପ୍ରତିଆକ୍ରମଣ ହେବା ଡ଼ରରେ ବାହରକୁ ଖସି ପଳାଇଥିଲେ । ସେ ଅଜଣା ଯୁବକଙ୍କ ପରିଚୟ ମୁଁ ଜାଣି ନାହିଁ । କିନ୍ତୁ କେବେ ଦେଖା ହେଲେ ମୁଁ ତାଙ୍କୁ ନିଶ୍ଚୟ ଧନ୍ୟବାଦ୍‌ ଜଣାଇବି । ତାଙ୍କ ସାହାସ ପାଇଁ ଆହୁରି ଅନେକ ଲୋକ ମୃତ୍ୟୁମୁଖରୁ ଫେରି ଆସିଛନ୍ତି ବୋଲି କହିଛନ୍ତି ସୟଦ ।

ସମ୍ବନ୍ଧିତ ଖବର