କେଜ୍ରିଓ୍ଵାଲଙ୍କ କନ୍ୟାଙ୍କୁ ଅପହରଣର ଧମକପୂର୍ଣ୍ଣ ଇମେଲ ଦେଇଥିବା ଯୁବକ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ କାର୍ଯ୍ୟାଳକୁ ଗତ ଜାନୁଆରି ୯ ତାରିଖ ଦିନ ଏକ ଇମେଲ୍‌ ଆସିଥିଲା। ଏହି ମେଲଟି କେଜ୍ରିଓ୍ଵାଲଙ୍କ ଝିଅକୁ ଅପହରଣ କରିବାରର ଧମକ ଥିଲା। ଦିଲ୍ଲୀ ପୁଲିସ ମଙ୍ଗଳବାର ଏହି ଅପହରଣ ଧମକ ଦେଇଥିବା ବ୍ୟକ୍ତିକୁ ଗିରଫ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ, ଅଭିଯୁକ୍ତ ବିକାଶ ରାଏ ବିହାରର ସମସ୍ତିପୁରରେ ବସବାସ କରେ। ସେ ଦିଲ୍ଲୀରେ ପ୍ରତିଯୋଗୀ ପରୀକ୍ଷା ଷ୍ଟାଫ୍‌ ସିଲେକ୍‌ସନ୍‌ ପାଇଁ ପ୍ରସ୍ତୁତି ହେଉଛି। ସେ ଦିଲ୍ଲୀରେ ପାଖାପାଖି ଏକ ବର୍ଷ ହେବ ରହି ଆସୁଛି। ମୁଖ୍ୟମନ୍ତ୍ରୀଙ୍କୁ ଇମେଲ୍‌ ପଠାଇବା ପରେ ସେ ଉତ୍ତରପ୍ରଦେଶର ରାଏବରେଲିରେ ଥିବା ନିଜ ଭଉଣୀ ଘରକୁ ପଳାଇ ଯାଇଥିଲା। ପୁଲିସ ବିକାଶର ଖବର ଲାଗାଇ ତାକୁ ଯାଞ୍ଚରେ ସାମିଲ ହେବାକୁ କହିଥିଲା। ପୁଲିସ ମଙ୍ଗଳବାର ଅଦାଲତଙ୍କ ଅନୁମତି କ୍ରମେ ବିକାଶକୁ ଗିରଫ କରିଥିଲା। ସେ ଇମେଲ୍‌ ପଠାଇଥିବା ଫୋନ୍‌କୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ଖବର ମିଳିଛି କି, ଗତ ଜାନୁଆରି ୯ ତାରିଖରେ ବିକାଶ ରାଏ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କ କାର୍ଯ୍ୟାଳୟକୁ ଇମେଲ ପଠାଇଥିଲା । ଯେଉଁଥିରେ କଥିତ ଭାବେ ତାଙ୍କ ଝିଅ ହରଶିତା କେଜ୍ରିଓ୍ଵାଲଙ୍କୁ ଅପହରଣ କରିବାର ଧମକ ଦେଇଥିଲା।

ସମ୍ବନ୍ଧିତ ଖବର