ବର୍ଷର ପ୍ରଥମ ‘ମନ କୀ ବାତ୍‌’ : ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଲେ ମୋଦୀ

ନୂଆଦିଲ୍ଲୀ : ରବିବାର ସଂଧ୍ୟାରେ ୨୦୨୦ର ପ୍ରଥମ ତଥା ୬୧ ତମ ‘ମନ କୀ ବାତ’ ପ୍ରସାରିତ ହୋଇଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଳ ସଂରକ୍ଷଣ, ଖେଲୋ ଇଣ୍ଡିଆ ଆଦି ପ୍ରସଙ୍ଗରେ ନିଜର ମତ ରଖିଛନ୍ତି ।

ପୂର୍ବରୁ ‘ମନ କି ବାତ’ କାର୍ଯ୍ୟକ୍ରମ ଦିନ ୧୧ଟା ବେଳେ ଆକାଶବାଣୀରେ ପ୍ରସାରିତ ହେଉଥିବାବେଳେ ଆଜି ସାଧାରଣତନ୍ତ୍ର ଦିବସ ଥିବାରୁ ତାହାକୁ ସଂଧ୍ୟାରେ ପ୍ରସାରିତ କରାଯାଇଛି ।

‘ଖେଲୋ ଇଣ୍ଡିଆ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ା’ ସଂପର୍କରେ ମୋଦୀଙ୍କ ଘୋଷଣା । ପ୍ରଥମ ‘ଖେଲୋ ଇଣ୍ଡିଆ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ା’ ଫେବ୍ରୁଆରି ୨୨ରୁ ମାର୍ଚ୍ଚ ୧ ମଧ୍ୟରେ ଓଡ଼ିଶାର ଭୁବନେଶ୍ୱର ଓ କଟକରେ ଅନୁଷ୍ଠିତ ହେବ ।

ସେ କହିଛନ୍ତି ଯେ ଗତ ମୌସୁମୀ ଋତୁରେ ଆରମ୍ଭ ହୋଇଥିବା ଜଳ ଶକ୍ତି ଅଭିଯାନ ଇତି ମଧ୍ୟରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ସବୁଠାରୁ ବଡ଼କଥା ହେଉଥି ସମାଜର ସବୁ ବର୍ଗର ଲୋକେ ଏଥିରେ ସହଯୋଗ କରୁଛନ୍ତି । ଏହି ଅବସରରେ ସେ ଉତ୍ତରାଖଣ୍ଡ ରାଜ୍ୟ ଆଲମୋଡ଼ାର ସୁନିଆକୋଟ ଗାଁର ଉଦାହରଣ ଦେଇଥିଲେ । ଗତ ୨୨ ତାରିଖରେ ସମାପ୍ତ ହୋଇଥିବା ଖେଲୋ ଇଣ୍ଡିଆ ସଂପର୍କରେ ସେ କହିଛନ୍ତି ଯେ କ୍ରୀଡ଼ା ପାଇଁ ଯୁବପିଢିଙ୍କ ଆକର୍ଷଣ ବଢିଚାଲିଛି ।

ମୋଦୀ ଏହି ଅବସରରେ ‘ଖେଲୋ ଇଣ୍ଡିଆ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ା’ ସଂପର୍କରେ ଘୋଷଣା କରିଥିଲେ । ପ୍ରଥମ ‘ଖେଲୋ ଇଣ୍ଡିଆ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ା’ ଫେବ୍ରୁଆରି ୨୨ରୁ ମାର୍ଚ୍ଚ ୧ ମଧ୍ୟରେ ଓଡ଼ିଶାର ଭୁବନେଶ୍ୱର ଓ କଟକରେ ଅନୁଷ୍ଠିତ ହେବ ।

ସମ୍ବନ୍ଧିତ ଖବର