ନୂଆଦିଲ୍ଲୀ: ବିହାରରେ ଗୋଟିଏ ପରେ ଗୋଟିଏ ଭିଡ଼ ହିଂସା ଏବେ ଉଦ୍ବେଗର କାରଣ ହୋଇଛି। ନବାଦାର ହିସୁଆ ଥାନା ଅଂଚଳରେ ଜଣେ ଯୁବକଙ୍କୁ ଉତ୍ତ୍ୟକ୍ତ ଲୋକେ ପିଟି ପିଟି ହତ୍ୟା କରିବା ଘଟଣା ଉତ୍ତେଜନା ସୃଷ୍ଟି କରିଛି। ଚାତର ଗ୍ରାମର ରୂପନ ମାଂଝି ନାମକ ଜଣେ ଯୁବକ ଲବରପୁର ଗ୍ରାମରେ ସୋମବାର ରାତିରେ ଚୋରି କରିବାକୁ ଲବରପୁରା ଗ୍ରାମରେ ପଶିଥିଲେ ବୋଲି ସନ୍ଦେହ କରି ତାଙ୍କୁ ଶତାଧିକ ଲୋକ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ହିିଁ ଉକ୍ତ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।