ମୃତ୍ୟୁ ସହ ସଂଘର୍ଷ କରୁଥିବା ରୋଗୀର ହୃଦ୍‌ ପ୍ରତିରୋପଣ କରୁଥିଲେ ଡ଼ାକ୍ତର, ଡ଼ୋନରର ହୃଦୟ ଛୋଟ ହେବାରୁ ପ୍ରଥମକୁ ନ କାଢ଼ି ଦ୍ୱିତୀୟଟି ଖଞ୍ଜିଦେବା ପରେ କ’ଣ ହେଲା ଜାଣନ୍ତୁ?

ହାଇଦ୍ରାବାଦ୍‌ : ହାଇଦ୍ରାବାଦ୍‌ର ଜୁବୁଲି ହିଲ୍‌ସ ହସ୍ପିଟାଲରେ ଘଟିଥିବା ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ହସ୍ପିଟାଲରେ ଜଣେ ୫୬ବର୍ଷିୟ ବ୍ୟକ୍ତିଙ୍କ ହୃଦୟ ଅଚଳ ହୋଇ ଯାଇଥିବାରୁ ଡ଼ାକ୍ତରମାନେ ହୃଦ୍‌ ପ୍ରତିରୋପଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ରୋଗୀଙ୍କ ପାଇଁ ଠିକ୍‌ ସମୟରେ ଡ଼ୋନର ମିଳିବା ପରେ ଡ଼ାକ୍ତର ଖୁସି ହୋଇ ପ୍ରତିରୋପଣ କରିବା ଆରମ୍ଭ କରିଥିଲେ । ତୁରନ୍ତ ରୋଗୀକୁ ଠିକ କରାଯାଇ ପାରିବ ବୋଲି ଡ଼ାକ୍ତର ଭାବିଥିବା ବେଳେ ଡ଼ୋନରଙ୍କ ହୃଦୟର ଆକାର ଦେଖି ଚିନ୍ତାରେ ପଡ଼ିଗଲେ ଡ଼ାକ୍ତର । ରୋଗୀଙ୍କ ହୃଦୟଠାରୁ ଡ଼ୋନରଙ୍କ ହୃଦୟ ଛୋଟ ହେବାରୁ ପ୍ରତିରୋପଣ କିପରି ଶେଷ କରିବେ ସେ ନେଇ ଡ଼ାକ୍ତର ଚିନ୍ତାରେ ପଡ଼ି ଯାଇଥିଲେ ।

Qatar Day

ରୋଗୀଙ୍କ ଅବସ୍ଥାକୁ ଦେଖି ଡ଼ାକ୍ତର ଆଉ ବିଳମ୍ବ ନ କରି ଡ଼ୋନର କମ ଆକାରର ହୃଦୟକୁ ରୋଗୀଙ୍କ ପୁରୁଣା ହୃଦୟ ଉପରେ ରଖିି ପ୍ରତିରୋପଣ କରିଥିଲେ । ଯାହାକୁ ପିଗ୍ଗିବୈକ୍‌ ପ୍ରତିରୋପଣ ବୋଲି କୁହାଯାଏ । ୭ଘଣ୍ଟାର ସର୍ଜରୀ ମଧ୍ୟରେ ରୋଗୀଙ୍କ ଶରୀରରେ ହୃଦୟ ପ୍ରତିରୋପଣ କରାଗଲା । ଯାହା ସଫଳ ହେବା ପରେ ଏବେ ରୋଗୀଙ୍କ ଅବସ୍ଥା ଭଲ ଥିବା ଜଣା ପଡ଼ିଛି । ଡ଼ାକ୍ତରଙ୍କ କହିବା ଅନୁଯାୟୀ, ଦୁଇଟି ଯାକ ହୃଦୟ ରକ୍ତ ସଞ୍ଚାଳନରେ ପରସ୍ପରକୁ ସାହାଯ୍ୟ କରିବେ କିନ୍ତୁ ହୃଦୟର ସ୍ପନ୍ଦନ ଅଲଗା ଅଲଗା ରହିବ ।

ସମ୍ବନ୍ଧିତ ଖବର