ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ଦଣ୍ଡସ୍ୱରୂପ ଦିନେ ଅଦାଲତରେ ବସି ରହିବାକୁ ହୁକୁମ୍‌

ମୁମ୍ବାଇ: ଏକ ଅପରାଧିକ ମାମଲାରେ ୨୯ ବର୍ଷିୟ ଅରବିନ୍ଦ କବଦେବ କାମାତଙ୍କୁ ୩୦ ହଜାର ଟଙ୍କା ଜରିମାନା ଦେବାକୁ ଅଦାଲତ ଆଦେଶ ଦେବା ସହ ଗୋଟିଏ ଦିନ ଲାଗି ବିଚିତ୍ର ଦଣ୍ଡାଦେଶ ଦେଇଥିଲେ। ତାଙ୍କ ପ୍ରତି କରାଯାଇଥିବା ଜରିମାନା ଅର୍ଥରୁ ୨୫ ହଜାର ଟଙ୍କା ଦିଆ ଗଲା ମାମଲାରେ ସମ୍ପୃକ୍ତ ୧୨ ବର୍ଷୀୟ ପୀଡ଼ିତାଙ୍କୁ।

ଝରକାରୁ ଜଣେ ୧୨ ବର୍ଷୀୟ ଝିଅକୁ ନିଜର ଗୋପନ ଅଙ୍ଗ ଦେଖାଇଥିବା ଅଭିଯୋଗରେ ପୋକ୍‌ସୋ ଆଇନ୍‌ରେ କାମାତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ୨୦୧୫ରେ ଘଟିଥିବା ଏହି ଘଟନା ଯୋଗୁଁ ମୁମ୍ବାଇର ଗାଓଦେବୀ ଥାନାରେ ତାଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା।
ତାଙ୍କୁ ଦିଆଯାଇଥିବା ଦଣ୍ଡାଦେଶ ହେଉଛି ‘ ରାଇଜିଙ୍ଗ୍‌ ଅଫ୍‌ ଦି କୋର୍ଟ’। ଏଥିରେ ଦୋଷୀକୁ ଅଦାଲତର କାର୍ଯ୍ୟ ସମୟ ଶେଷ ହେବା ଯାଏଁ ବସି ରହିବାକୁ ଆଦେଶ ଦିଆଯାଏ।

କାମାତଙ୍କ ଓକିଲ ରବି ଦ୍ୱିବେଦୀ ଯୁକ୍ତି ବାଢ଼ିଥିଲେ କି ଝିଅଟିକୁ ପୁଲିସ ନିର୍ଯାତନା ଦେଇଛନ୍ତି। ଉଭୟ ଘର ମଝିରେ ପାଚେରି ଥିବାରୁ ଝିଅଟି କାମାତଙ୍କୁ ଦେଖି ପାରି ନ ଥିବ।

ପବ୍ଲିକ୍‌ ପ୍ରୋଜେକ୍ୟୁଟର୍‌ ଗୀତା ଶର୍ମା ତାଙ୍କ ଦାବିକୁ ସମାଲୋଚନା କରି କହିଥିଲେ କି, ୧୨ ବର୍ଷୀୟ ବାଳିକାଟି ଅଜ୍ଞାତ ଲୋକଟିକୁ ମିଥ୍ୟାରେ ଅପରାଧ-ସଂଶ୍ଳିଷ୍ଟ କରାଇବାକୁ ଉଦ୍ୟମ କରିବାରେ କୌଣସି କାରଣ ନାହିଁ। କାମାତଙ୍କ କାର୍ଯ୍ୟ ଅତ୍ୟନ୍ତ ଲଜ୍ଜାକର ବୋଲି କହି ଶର୍ମା ଦର୍ଶାଇ ଥିଲେ କି, ବାଳିକାଟିକୁ ନିର୍ଯାତନା ଦେବାର ବୟସ ହୋଇ ନାହିଁ।

ପାଚେରି କଥା ଉଠାଇ ଶର୍ମା କହିଲେ କି, ସେଠାରେ ପାଚେରି ଥିବା କଥା କୌଣସି ସାକ୍ଷୀ ଦର୍ଶାଇ ନାହାନ୍ତି।

ପୋକ୍‌ସୋ ଆଇନ୍‌ର ଧାରା ୧୨ ଅନୁସାରେ ଅଦାଲତ କାମାତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଅଦାଲତ ଶେଷ ହେବା ଯାଏଁ ସେ ବସି ରହିବେ ଏବଂ ୩୦ ଜହାର ଟଙ୍କା ଜରିମାନା ଦେବେ। ଏଥିରୁ ବିଚ୍ୟୁତ ହେଲେ ତିନି ମାସ ଜେଲ୍‌ରେ ରହିବେ।

ସମ୍ବନ୍ଧିତ ଖବର