ବାଘ ସାମ୍ନାକୁ ଆସିବା ଦେଖି ମରିଯିବାର ନାଟକ କଲେ ଯୁବକ, ଭିଡିଓରେ ଦେଖନ୍ତୁ ତା’ପରର ଦୃଶ୍ୟ
ମୁମ୍ବାଇ: ବାଘ ଏକ ଏପରି ପଶୁ, ଯାହାର ନାଁ ଶୁଣିବା ମାତ୍ରେ ଲୋକମାନେ ଡରରେ ଥରିବାକୁ ଲାଗିଥାନ୍ତି। ଟିକେ ଭାବନ୍ତୁ ତ, ଯଦି ହଠାତ୍ ଆପଣଙ୍କ ସାମ୍ନାକୁ ବାଘ ଆସିଯାଏ, ତେବେ ଆପଣ କ’ଣ କରିବେ? ନିଶ୍ଚିତ ଭାବେ ସେଠାରୁ ଖସିଯିବା ପାଇଁ ଚେଷ୍ଟା କରିବେ। କିନ୍ତୁ ତାହା ଆପଣଙ୍କ ପାଇଁ ବିପଦଜ୍ଜନକ ହୋଇପାରେ। ପୂର୍ବରୁ ଏଭଳି ଅନେକ ଦୃଶ୍ୟ ସାମ୍ନାକୁ ଆସିଛି, ଯେଉଁଠି ଲୋକେ ଖସିଯିବାକୁ ଚେଷ୍ଟା କରି ମୃତ୍ୟୁ ମୁଖରେ ପଡ଼ିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
You want to see how does a narrow escape looks like in case of encounter with a #tiger. #Tiger was cornered by the crowd. But fortunately end was fine for both man and tiger. Sent by a senior. pic.twitter.com/1rLZyZJs3i
— Parveen Kaswan, IFS (@ParveenKaswan) January 25, 2020
ତେବେ ମହାରାଷ୍ଟ୍ରର ଜଣେ ଯୁବକ ଏହାର ଠିକ୍ ଓଲଟା କରିଛନ୍ତି। ବାଘକୁ ଆସିବା ଦେଖି ସେଠାରୁ ଖସିଯିବା ପରିବର୍ତ୍ତେ ମରିବାର ନାଟକ କରି ଯୁବକ ନିଜର ଜୀବନ ବଞ୍ଚାଇ ପାରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ମହାରାଷ୍ଟ୍ରର ଏକ ଗାଁକୁ ହଠାତ୍ ବାଘ ପଶି ଆସିବାରୁ ଗାଁ ଲୋକେ ତାକୁ ଘୋଡ଼ାଇଥିଲେ। ଏତେ ଲୋକଙ୍କୁ ଦେଖି ବାଘଟି ଏକ ଚାଷ ଜମିକୁ ଚାଲି ଯାଇଥିଲା। ଏହି ସମୟରେ ଜଣେ ଯୁବକ ନିଜ ଚାଷ ଜମିରେ ବସି କାମ କରୁଥିଲେ। ବାଘକୁ ଚାଷ ଜମିକୁ ଆସୁଥିବା ଦେଖି ଯୁବକଜଣଙ୍କ ନିଜକୁ ବଞ୍ଚାଇବାର ଅନ୍ୟ କିଛି ବାଟ ନ ପାଇ ଚାଷ ଜମିରେ ଶୋଇ ପଡ଼ିଥିଲେ। ଏହା ପରେ ବାଘଟି ଯୁବକଙ୍କ ପାଖକୁ ଆସି ତାଙ୍କ ଚାରିପାଖେ ବୁଲିବା ସହ ଯୁବକଙ୍କୁ ମୃତ ବୋଲି ଭାବି ଆଗକୁ ଦୌଡ଼ି ଚାଲିଯାଇଥିଲା। ଯାହା ଦ୍ବାରା ତାଙ୍କ ଜୀବନ ବଞ୍ଚି ପାରିଥିଲା।