ପ୍ରେମିକା ସହ ବୁଝାମଣା କରିବାକୁ ୩୦୦ରୁ ଅଧିକ ‘ଆଇ ଆମ୍‌ ସରି’ ଫ୍ଲେକ୍ସ୍‍ ବ୍ୟାନର୍‌ ମାରିଲେ ପ୍ରେମିକ

ପୁଣେ: ବିବାଦ ପରେ ପ୍ରେମିକା ସହ ବୁଝାମଣା କରିବାକୁ ଜଣେ ବ୍ୟକ୍ତି ମହାରାଷ୍ଟ୍ରର ପିମ୍ପ୍ରି ଚିଞ୍ଚ୍‌ଓ୍ଵାର୍ଡ ଅଞ୍ଚଳରେ ୩୦୦ ରୁ ଊର୍ଦ୍ଧ୍ୱ ଫ୍ଲେକ୍‌ସ୍‌ ବ୍ୟାନର୍‌ ଝୁଲାଇଛନ୍ତି। କିନ୍ତୁ ତାଙ୍କର ଏହି ମାଙ୍କଡ଼ାମି ସ୍ଥାନୀୟ ପୁଲିସକୁ ବିରକ୍ତ କରିଛି।

ଶୁକ୍ରବାର ସକାଳୁ ପୁଣେ ନିକଟବର୍ତ୍ତୀ ପିମ୍ପ୍ରି ଚିଞ୍ଚ୍‌ଓ୍ଵାର୍ଡ ଅନ୍ତର୍ଗତ ସୌଦାଗର୍‌ ଅଞ୍ଚଳର ଲୋକେ ସକାଳୁ ଉଠି ଦେଖିଲେ କେତେ ଗୁଡ଼ିଏ ଫ୍ଲେକ୍‌ସ୍‌ ବ୍ୟାନର୍‌। ସେଥିରେ ଝିଅର ନାଁ ଲେଖାଯାଇ ତା’ ପାଖକୁ କଳା ବା ବୋଲ୍‌ଡ୍‌ ଅକ୍ଷରରେ ଲେଖାଯାଇଛି ‘ଆଇ ଆମ୍‌ ସରି’। ପୁଣି ତା’ ପାଖକୁ ଛାପା ଯାଇଛି ଲାଲ୍‌ ରଙ୍ଗରେ ହୃଦୟ ଚିହ୍ନ। ସମଗ୍ର ଅଞ୍ଚଳରେ ଛାଇ ଯାଇଥିଲା ଏହି ଫ୍ଲେକ୍‌ସ୍‌ ବ୍ୟାନର୍‌, ବିଶେଷକରି ଟ୍ରାଫିକ୍‌ ଛକଗୁଡ଼ିକରେ।

ଏ ଭଳି କାର୍ଯ୍ୟ କରିଥିବା ସ୍ଥାନୀୟ ବ୍ୟବସାୟୀ ୨୫ ବର୍ଷିୟ ନୀଳେଶ ଖେଡ଼େକରଙ୍କ ପାଇଁ ଅସୁବିଧାର କାରଣ ହୋଇଥିଲେ ଓ୍ଵାକାଡ଼ ପୁଲିସ ଏବଂ ପିମ୍ପ୍ରି ଚିଞ୍ଚ୍‌ଓ୍ଵାଡ୍‌ ମ୍ୟୁନିସପାଲିଟି। ତାଙ୍କ ବିରୋଧରେ ସେମାନେ ଆଗତ କରିଥିଲେ ବେଆଇନ୍‌ ହୋର୍ଡିଙ୍ଗ୍‌ ଏବଂ ସର୍ବସାଧାରଣ ସମ୍ପତ୍ତିକୁ କଦର୍ଯ୍ୟ କରିବା ମାମଲା।

ହୋର୍ଡିଙ୍ଗ୍‌ ଲାଗିଥିବା କଥା ଶୁକ୍ରବାର ଦିନ ଜାଣିବା ମାତ୍ରେ ତଦନ୍ତ ଆରମ୍ଭ କରିଥିବା କଥା ଓ୍ଵାକାଡ୍‌ ପୁଲିସ କହିଛି।
ଜଣେ ଅଧିକାରୀ କହନ୍ତି: ପ୍ରଥମେ ଆମେ ଧରିଲୁ ଖେଡ଼େକର୍‌ଙ୍କୁ ଫ୍ଲେକ୍ସ୍‍ ହୋର୍ଡିଙ୍ଗ୍‌ ପ୍ରିଣ୍ଟ୍‌ କରାଇବାରେ ସହାୟତା କରିଥିବା ବନ୍ଧୁ ବିଳାସ ସିନ୍ଧେଙ୍କୁ। ତାଙ୍କ ମାଧ୍ୟମରେ ଧରିଲୁ ଖେଡ଼େକରଙ୍କୁ।

ସିନ୍ଧେ କହିଥିଲେ କି, କଳହ ପରେ ପ୍ରେମିକାକୁ ଭୁଲ୍‌ ମାଗି ବୁଝାମଣା କରିବାକୁ ଚାହୁଁଥିବା ଖେଡ଼େକରଙ୍କ ମୁଣ୍ଡକୁ ଏ ସୃଜନାତ୍ମକ ବୁଦ୍ଧି ଜୁଟିଥିଲା।

ଶୁକ୍ରବାର ଦିନ ସେ ଝିଅ ମୁମ୍ବାଇରୁ ଶୁକ୍ରବାର ଦିନ ଏ ଅଞ୍ଚଳକୁ ଆସୁଥିଲା। ଗୁରୁବାର ଓ ଶୁକ୍ରବାର ରାତ୍ରିର ଅନ୍ଧକାର ସମୟରେ ସେ ଝିଅଟି ଯେଉଁ ରାସ୍ତାରେ ଯିବ ବୋଲି ଆଶା କରାଯାଉଥିଲା ସେ ଅଞ୍ଚଳରେ ୩୦୦ ରୁ ଊର୍ଦ୍ଧ୍ୱ ହୋର୍ଡିଙ୍ଗ୍‌ ଲଗା ଯାଇଥିଲା।

ବ୍ୟାନର୍‌ ଲଗାଯାଇଥିବା କଥା ପିମ୍ପ୍ରି ଚିଞ୍ଚ୍‌ଓ୍ଵାଡ଼ ମହାନଗର ନିଗମକୁ ଜଣାଇ ଦିଆଯାଇଥିଲା। ଏବେ ଖେଡ଼େକରଙ୍କ ବିରୋଧରେ ଅଧିକ କାର୍ଯ୍ୟନୁଷ୍ଠାନ ନିଗମ ହିଁ ଗ୍ରହଣ କରି ପାରିବ।

ସମ୍ବନ୍ଧିତ ଖବର