ମାଙ୍କଡ଼ଙ୍କର ପଥର ପିଙ୍ଗାରେ ଚାଲିଗଲା ବୃଦ୍ଧଙ୍କ ଜୀବନ ! କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ପରିବାର ଲୋକଙ୍କ ଦାବି ପରେ ଚିନ୍ତାରେ ପୁଲିସ,ଜାଣନ୍ତୁ ପୂରା ଘଟଣା
ବାଘ୍ପତ(ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶର ବାଘ୍ପତରେ ଘଟିଛି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା । ମାଙ୍କଡ଼ମାନେ ଜଣେ ବୃଦ୍ଧଙ୍କୁ ପଥର ମାରି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଏହି ଅଭିଯୋଗ ହେବା ପରେ ଖବରଟି ପୁଲିସ ଏବଂ ସ୍ଥାନୀୟ ଲୋକଙ୍କୁ ବିଶ୍ୱାସ କରିବାକୁ ଅଡ଼ୁଆରେ ପକାଇଛି । ଏହି ଘଟଣାଟି ଅକ୍ଟୋବର ୧୭ରେ ଘଟିଥିବା ବେଳେ ପରିବାର ଲୋକେ ବାରମ୍ବାର ମାଙ୍କଡ଼ମାନଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ କହୁଥିବା ଜଣାପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ଦେଇଥିବା ସୂଚନା ମୁତାବକ, ଧର୍ମପାଲ ଇଟା ଗଢ଼ା ହୋଇଥିବା ସ୍ଥାନରେ ଶୋଇଥିବା ବେଳେ ଇଟା ଉପରକୁ ଡ଼େଇଁଥିଲା ମାଙ୍କଡ଼ । ଫଳରେ ଇଟାଗୁଡ଼ିକ ଖସି ତଳେ ଶୋଇଥିବା ଧର୍ମପାଲଙ୍କ ଉପରେ ପଡ଼ି ଯାଇଥିଲା । ଏହି ଘଟଣା ପରେ ଧର୍ମପାଲଙ୍କୁ ଆହତ ଅବସ୍ଥାରେ ଡ଼ାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡ଼ାକ୍ତର । ଅନ୍ୟ ପକ୍ଷରେ ପୁଲିସର ଏଭଳି ସୂଚନାକୁ ମିଛ ବୋଲି କହି ନିଜର ଏକ ଭିନ୍ନ ମତ ରଖିଛନ୍ତି ଧର୍ମପାଲଙ୍କ ଭାଇ କ୍ରିଷ୍ଣପାଲ ।
ଘରେ ପୂଜା ହେବାକୁ ଥିବାରୁ ଧର୍ମପାଲ କାଠ ଆଣିବା ପାଇଁ ଯାଇଥିଲେ । ଯେଉଁ ସମୟରେ ମାଙ୍କଡ଼ମାନେ ମିଳିତ ଭାବରେ ତାଙ୍କୁ ଆକ୍ରମଣ କରିବା ସହ ଧର୍ମପାଲଙ୍କ ଛାତି ଏବଂ ମୁଣ୍ଡକୁ ଇଟା ଫିଙ୍ଗିଥିଲେ । ଏହି ଘଟଣା ପରେ ଧର୍ମପାଲ ଗମ୍ଭୀର ଭାବରେ ଆହତ ହେବାରୁ ତାଙ୍କୁ ଡ଼ାକ୍ତରଖାନା ନିଆଯାଇଥିଲା । ଯେଉଁଠି ତାଙ୍କୁ ଡ଼ାକ୍ତର ମୃତ ବୋଲି ଘୋଷଣା କରିଥିବା କହିଛନ୍ତି କ୍ରିଷ୍ଣପାଲ । ପରିବାର ଲୋକଙ୍କ ଚାପ ପାଇଁ ପୁଲିସ ଅଭିଯୋଗ ଲେଖି ସାରିଥିବା ବେଳେ ଏହାର ସମାଧାନ ପାଇଁ ଉଚ୍ଚ ଅଧିକାରୀଙ୍କ ସାହାଯ୍ୟ ମାଗିଥିବା ଜଣା ପଡ଼ିଛି ।