ପ୍ରେମିକା ସହ ପ୍ରଥମ ଡେଟ୍ରେ ଯାଇଥିବା ବେଳେ ହୃଦ୍ଘାତ ଶିକାର ହେଲା ପ୍ରେମିକ,ଏଭଳି ଭାବରେ ଜୀବନ ବଞ୍ଚାଇଲା ପ୍ରେମିକା,ଫଟୋ ହେଉଛି ଭାଇରାଲ
ନୂଆଦିଲ୍ଲୀ : ସମସ୍ତଙ୍କ ଜୀବନରେ ପ୍ରେମର ଅନୁଭବ ନିଆରା ହୋଇଥାଏ । ସମସ୍ତେ ନିଜ ନିଜର ପ୍ରେମିକା ବା ପ୍ରେମିକ ସହ ପ୍ରଥମ ଡ଼େଟ୍କୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । ଠିକ୍ ସେଭଳି ନିଜ ଡ଼େଟ୍କୁ ସ୍ମରଣୀୟ କରିବା ପାଇଁ ମ୍ୟାକ୍ସ ନିଜ ପ୍ରେମିକା ଏଣ୍ଡିଙ୍କୁ ନେଇ ଘର ପାଖରେ ଥିବା ବେଳାଭୂମିକୁ ନେଇ ଯାଇଥିଲେ । କିନ୍ତୁ ତାଙ୍କୁ ଜଣା ନ ଥିଲା ଏଣ୍ଡିଙ୍କ ସହ ତାଙ୍କର ପ୍ରଥମ ଡେଟ୍ ଏତେ ସ୍ମରଣୀୟ ହେବ ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ୫୬ ବର୍ଷିୟ ମ୍ୟାକ୍ସ ୪୫ ବର୍ଷିୟ ଡ଼ାକ୍ତର ଏଣ୍ଡିଙ୍କୁ ନେଇ ଘର ପାଖରେ ଥିବା ସମୁଦ୍ରକୁ ଯାଇଥିଲେ । ସେଠାରେ ସେମାନେ ସର୍ଫିଙ୍ଗ କରି ଫେରୁଥିବା ସମୟରେ ମ୍ୟାକ୍ସ ହଠାତ୍ ତଳେ ପଡ଼ିଯିବା ସହ ପାଟି କରିବାକୁ ଲାଗିଥିଲେ । ମ୍ୟାକ୍ସଙ୍କ ଅବସ୍ଥା ଦେଖି ସେ ହୃଦ୍ଘାତର ଶିକାର ହୋଇଛନ୍ତି ବୋଲି ଏଣ୍ଡି ଜାଣିଯିବା ସହ ତୁରନ୍ତ ତାଙ୍କୁ ଚୁମ୍ବନ ମାଧ୍ୟମରେ ଅମ୍ଲଜାନ ଦେବା ଆରମ୍ଭ କରିଥିଲେ । ଯାହା ଦ୍ୱାରା ତାଙ୍କର ଜୀବନ ବଞ୍ଚି ପାରିଥିଲା । କିଛି ସମୟ ପରେ ସେଠାରେ ମେଡିକାଲ ଟିମ୍ ପହଞ୍ଚି ମ୍ୟାକ୍ସଙ୍କୁ ଡ଼ାକ୍ତରଖାନା ନେଇ ପହଞ୍ଚିଥିଲେ । ଏବେ ସେ ସଂପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି ।